ନୂଆପଡା-
ନୂଆପଡା ଜିଲ୍ଲା କୋମନା ଥାନା ଉଦ୍ୟାନବନ୍ଧ ଗାଁର ଖେଳ ପଡିଆ ପାଖରେ ଥିବା ଏକ ପଲାସ ଗଛରେ ଜଣେ ଅଜଣା ଯୁବକଙ୍କ ଶବ ଝୁଲୁଛି । ଆଜି ସନ୍ଧ୍ୟାରେ ସ୍ଥାନୀୟ ଲୋକେ ଝୁଲନ୍ତା ଶବକୁ ଦେଖି ପୋଲିସକୁ ଖବର ଦେଇଛନ୍ତି । ଲୋକେ କହିବା ଅନୁସାରେ ମୢତ ଯୁବକ ଜଣକ ଜଣେ ଅପରିଚିତ ବ୍ୟକ୍ତି । ଶବଟି ୫ରୁ୬ ଦିନର ଗଳିତ ଶବ । ଆସନ୍ତା କାଲି ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ କରିବ । ବ୍ୟବଚ୍ଛେଦ ପରେ ପ୍ରକୢତ ତଥ୍ୟ ଜଣା ପଡିବ ବୋଲି ପୋଲିସ ଜଣାଇଛି ନୂଆପଡା ରୁ ସୁଜିତ କୁମାର ପ୍ରଧାନ)