ଗୋଳାମୁଣ୍ଡା/,ମସିହା/ବିଶ୍ୱର ମଙ୍ଗଳ କାମନା ନିମନ୍ତେ ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ପକ୍ଷରୁ ଓ ଶାନ୍ତିକୁଞ୍ଜ ହରିଦ୍ୱାର ଙ୍କ ନିର୍ଦ୍ଦେଶ କ୍ରମେ ଅନେକ ସ୍ଥାନରେ ଗାୟିତ୍ରୀ ମହା ଜଜ୍ଞଚାଲିଛି, ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲାଗୋଳାମୁଣ୍ଡା ବ୍ଲକ ରେଙ୍ଗସାପଲି ଗ୍ରାମରେ ଆଜି ନବକୁଣ୍ଡିୟ ଗାୟତ୍ରୀମହାଯଜ୍ଞ ଅନୁଷ୍ଠିତ ହୋଇଥିଲା, ଗତ କାଲି ଶତାଧିକ ମହିଳାଙ୍କଦ୍ଵାରା କଳସ ଯାତ୍ରା ହୋଇଥିଲା ବେଳେ ଆଜି ଓ ଆସନ୍ତା ରବିବାର ଦିନ ପର୍ଯ୍ୟନ୍ତ ନବ କୁଣ୍ଡିୟ ଗାୟିତ୍ରୀଜଜ୍ଞହେବ,ଏହି ଜଜ୍ଞରେ ଶାନ୍ତିକୁଜ ହରିଦ୍ୱାର ଋଷିପୁତ୍ର ତଥା ମିନିକେତନ ପାତ୍ର ଟୋଲି ଭାବରେଓ ସହସଯୋଗୀ ବିଜୟ ପଧାନ ,ମାନଗୋବିନ୍ଦ ବାଗ ପ୍ରମୁଖ ପରିଚାଳନା କରିଥିଲେ,ଏହି ଜଜ୍ଞରେ ମୁଣ୍ଡନ, ପଂସବନ, ଦୀକ୍ଷା ଭଳି ସଂସ୍କାର କାର୍ଯ୍ୟକ୍ରମ ଆସନ୍ତା କାଲି ହେବ ଏବଂକୋରନା ନିତି ନିୟମ ଅନୁଯାୟୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ସନ୍ଧ୍ୟାରେ ଦୀପ ଜଜ୍ଞ ବା ଜ୍ଞାନ ଯଜ୍ଞ ମାଧ୍ୟମରେ ସଂସ୍କାର କାର୍ଯ୍ୟ ସାଧାରଣ ଲୋକ ଙ୍କୁ ବୁଝାଇଥିଲେ ,ଏଥିରେ ବହୁ ସଂଖ୍ୟକ ଭାବେ ଶାତାଧିକମହିଳା ଓ ପୁରୁଷ ଲୋକେ କୁଣ୍ଡରେ ଆହୁତ ପ୍ରଦାନ କରିଥିବା ବେଳେ, ସନ୍ଧ୍ୟାରେ ଜ୍ଞାନ ଦୀପ ଜାଳି ଥିଲେ,ବହୁ ଦୂର ଦୁରନ୍ତାରୁ ଗାୟତ୍ରୀ ପରିଜନ ଆସିଥିବା ବେଳେ ରଙ୍ଗସାପଲି ଗ୍ରାମର ଓ ଗାୟତ୍ରୀ ଜଜ୍ଞପରିଚାଳନା କମିଟିର ସଦସ୍ୟ ମାନେ ବହୁ ଭାବେ କାର୍ଯ୍ୟରେ ସହଯୋଗ କରିବା ସହିତ ଆସନ୍ତା କାଲି ପୂର୍ଣାହୁତି ହେବବୋଲି ପ୍ରକାଶ କରିଥିଲେ,ଏହିକାର୍ଯ୍ୟକ୍ରମ ରେ ମୁଖ୍ୟ ଆକର୍ଷଣ କାରୀ ଘନ ଶ୍ୟାମନାଇକ ,କଣ୍ଟାବାଞ୍ଜି ଶକ୍ତିପୀଠ ରୁ ଆସି ଥିବା ଚମାରୁ ତାଣ୍ଡି,ବଲିୟାର ବାଗ, ସରୋଜ ନିଆଲ, ମନୋହର ନାଇକ,ହରେ ବିହାରୀ, ଗୋବିନ୍ଦ ବଗର୍ତ୍ତି,ସୁବାଷ ଅଗ୍ରୱାଲ, ଶ୍ୟାମ ସୁନ୍ଦର ଅଗ୍ରୱାଲ,ଘନ ଅଗ୍ରୱାଲ, ରାମକୁମାର ସେନାପତି,ସୁକଦେଵ ନିଆଲ,ଠାକୁର ନିଆଲ, ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ,
କଳାହାଣ୍ଡି ଜିଲ୍ଲାଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ରିପୋର୍ଟ,ମସିହା ପ୍ରତିନିଧି,
୨୫/୧୨,