ଧର୍ମଗଡ:- ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ, ଜଗଦଲପୁର ଶାଖାର ମୁଖ୍ୟ ପ୍ରବନ୍ଧକ ତଥା ଧର୍ମଗଡ ର ବାସିନ୍ଦା ରଫିଉଦ୍ଧିନ ଖାନ ଙ୍କ ଧର୍ମପତ୍ନୀ ଖୁର୍ସିଦା ବେଗମ(୫୨) ଙ୍କର ଗତକାଲି ଭୋର ୪ଟା ସମୟରେ ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟ ଠାରେ ଆକସ୍ମିକ ଭାବେ ପରଲୋକ ହୋଇ ଯାଇଛି।
ଗତ ୧୯ ତାରିଖରେ ତାଙ୍କ ବଡ ପୁଅର ବାହାଘର ଓ ୨୨ ତାରିଖରେ ବିବାହ ଭୋଜି ହୋଇଥିଲା। ଦୁଇ ଦିନ ପରେ ଶୁକ୍ରବାର ଦିନ ପୁରା ପରିବାର କୋକସରା ବ୍ଲକ ଅନ୍ତର୍ଗତ ଡୋକାରୀ ଚଞ୍ଚରା କୁ ବଣଭୋଜି ପାଇଁ ଯାଇ ଫେରି ଥିଲେ । ତେବେ ଫେରି ଶୋଇ ଥିବା ସମୟରେ ରାତି ୩ ଘଣ୍ଟା ସମୟରେ ସେ ହଠାତ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଧର୍ମଗଡ ସରକାରୀ ଡାକ୍ତରଖାନାକୁ ନିଆ ଯାଇଥିଲେ ହେଁ ସେଠାରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ମୃତ୍ୟୁ ସମୟରେ ତାଙ୍କ ପାଖରେ ତାଙ୍କ ଡାକ୍ତର ପୁଅ ଫରମାନ ଉଦ୍ଧିନ ଖାନ ଓ ତାଙ୍କ ନବ ବିବାହିତ ପତ୍ନୀ ସୁଗୁପ୍ତା ନାଜ, ବଡଝିଅ ୟାସମିନ ଫରହାନା, ଜ୍ବାଇଁ ରିଜବାନ ନାଜିର, ସାନ ଝିଅ ଗଜାଲା ପରବିନ, ଜ୍ବାଇଁ ସଲିମ ଖାନ, ସାନ ପୁଅ ଅରମାନ ଉଦ୍ଧିନ ଖାନ ଉପସ୍ଥିତ ଥିଲେ। ମୁସଲିମ ରୀତିନୀତି ଅନୁଯାୟୀ ଆଜି ସନ୍ଧ୍ୟା ରେ ତାଙ୍କର ଅନ୍ତେଷ୍ଟି କାର୍ଯ୍ୟ ସମ୍ପନ୍ନ ହୋଇଥିଲା।ସେ ଜଣେ ମିଷ୍ଟ ଭାଷୀ ପରୋପକାରୀ ମହିଳା ଥିଲେ।ତାଙ୍କର ଆକସ୍ମିକ ବିୟୋଗରେ ବନ୍ଧୁବର୍ଗ, ସାଙ୍ଗ ସାଥି ତଥା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।(ଧର୍ମଗତ ରୁ ବୈଦ୍ୟନାଥ ବେହେରା ଙ୍କ ରିପୋର୍ଟ)