ତେନ୍ତୁଳିଖୁଣ୍ଟି 28/07/22 ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅଁଳାଭଟ୍ଟା ଗ୍ରାମର ସମାରୀ ଗୌଡ଼ 10ମାସ ର ବ।ର୍ଦ୍ଧକ୍ୟ ଭତ୍ତା ପାଇନଥିବା ଅଭିଯୋଗ। ରାଜ୍ୟ ସରକାର କାହାକୁ ଭୋକରେ ମରିବାକୁ ଦିଆଯିବ ନାହିଁ କି କାହାକୁ ଭତ୍ତା ଟଙ୍କାରୁ ବଂଚିତ କରାଯିବ ନାହିଁ ବୋଲି ଡିମିଡିମା ପିଟୁଥିବା ସମୟରେ ତେନ୍ତୁଳିଖୁଣ୍ଟି ବ୍ଲକରେ କିନ୍ତୁ ଏହାର ବ୍ୟତିକ୍ରମ ଦେଖା ଯାଉଛି। ଅଁଳାଭଟ୍ଟା ଗ୍ରାମ ପଂଚୟତରେ ନା ମିଳୁଛି ଚାଉଳ ନା ମିଳୁଛି ଭତା ଟଙ୍କା ବୋଲି ଅଭିଯୋଗ କରିଛନ୍ତି ବୃଦ୍ଧା ସମାରି ଗୌଡ଼ ।ବୟସ ର ସାୟାହ୍ନ ରେ 86ବର୍ଷ କିନ୍ତୁ ମିଳିନି ଦଶ ମାସର ଭତ୍ତା ।ସରକାର ଙ୍କ ନିୟମ ପ୍ରକାରେ ଟିପ ଚିହ୍ନ ନେଉ ନଥିବାରୁ ଟଙ୍କା ତାଙ୍କ ଉଠୁନାହିଁ।ସରକାର ଭତା ସିଧାସଳଖ ପୂର୍ବ ଭଳି ହାତରେ ଟଙ୍କା ଦେଲେ ଭଲ ହୋଇଥାନ୍ତା ବୋଲି ବହୁ ଦୁଃଖ ରେ କହିଛି ସମାରି।ଏମିତି ସାରା ବ୍ଲକ ରେ ବହୁ ହିତାଧିକାରୀ ଭତା ସହ ଅନ୍ୟ ସରକାରୀ ସୁବିଧା ରୁ ବଞ୍ଚିତ ହେଉଛନ୍ତି। ବିଶେଷ ଭାବେ ବ୍ୟାଙ୍କ ଖାତାରେ ଭତ୍ତା ଦେବା ଆରମ୍ଭ ହେବା ଠାରୁ ଏପରି ସ୍ଥିତି ଉପୁଜିଛି। କାହାକୁ ତିନିମାସ ମିଳିବା ପରେ କେଉଁ କାରଣରୁ ଭତ୍ତା ଟଙ୍କା ଆସୁନି ଜାଣି ପାରୁନାହାନ୍ତି। ପରଜା ବାରଙ୍ଗ ପଦର ଗ୍ରାମ ପଞ୍ଚାୟତ ର ବୃନ୍ଦାବତୀ ଭକ୍ତ ଏଭଳି ପାଞ୍ଚ ମାସ ହେବ ଭତ୍ତା ବ୍ୟାଙ୍କ ଖାତାରେ ଆସିନଥିବା କହନ୍ତି। ହିତାଧିକାରୀ ମାନେ ଏମିତି ଗ୍ରାମପଞ୍ଚାୟତ ରୁ ଜିଲ୍ଲା କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ନୟାନ୍ତ ହୋଇ ଥକିଗଲେଣି ।ସରକାର ଏଥିପ୍ରତି ଦୃଷ୍ଟି ଦେଇ ଭତ୍ତା ଦେବାର ବ୍ୟବସ୍ଥା କରିବା ପାଇଁ ସାଧାରଣ ରେ ଦାବି ହେଉଛି।
ତେନ୍ତୁଳିଖୁଣ୍ଟି ରୁ ଗୋବର୍ଦ୍ଧନ ସାହୁ ଙ୍କ ରିପୋର୍ଟ