ନୂଆପଡା:ଖଡ଼ିଆଳ ବ୍ଲକ ଓ ଏନ ଏ ସି ବିଜୁ ଜନତା ଦଳ ତରଫରୁ ୨୫ତମ ପ୍ରତିଷ୍ଠା ଦିବସ ପାଳନ ସମାରୋହ ଅଗ୍ରସେନ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି।ଦୀପକ ଖମାରୀଙ୍କ ପରିଚାଳନାରେ ଅନୁଷ୍ଠିତ ସମାରୋହରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ବିଜେଡି ନେତା ଲମ୍ବୋଦର ନିଆଲ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ବ୍ଲକ ସଭାପତି ସନ୍ତୋଷ ବିଶି, ଜିଲ୍ଲା ସାଧାରଣ ସମ୍ପାଦକ ଦିନେଶ ପ୍ରସାଦ ତିୱାରୀ,ମମତା ମଞ୍ଜରୀ ଥପା, ଚିତ୍ତ ବେହେରା, ପୁଷ୍ପାଞ୍ଜଳି ପାଣ୍ଡେ, ସରସ୍ୱତୀ ବାଗ,ୟାସିନ ମହମ୍ମଦ, ସନ୍ତୋଷିନୀ ସଲମା ଆଦି ବରିଷ୍ଠ କର୍ମୀ ମାନେ ଯୋଗଦେଇଥିଲେ।ରିଷିଗାଁ ସରପଞ୍ଚ ମାଲ୍ୟବନ୍ତ ସୁନାଙ୍କ ସମେତ ଶତାଧିକ ବ୍ୟକ୍ତି ବିଜେଡ଼ିରେ ଯୋଗଦେଇଥିଲେ।ଏଅବସରରେ ଖଡ଼ିଆଳ ଅଞ୍ଚଳର ପ୍ରତିଷ୍ଠିତ କଳାକାର ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଅତିଥି ମାନେ ବିଜେଡିର ଆଭିମୁଖ୍ୟ ଉପରେ ଆଲୋଚନା କରିବା ସହ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଉପରେ ଆଲୋକପାତ କରିଥିଲେ।( ନୂଆପଡା ରୁ ସୁଜିତ କୁମାର ପ୍ରଧାନ)