ଥୁଆମୂଳ ରାମପୁର:୩୦/୭- ମ.ନି.ସ:- ୧୮୦ ପାଉଚ ମଦ ଜବଦ ଜଣେ ଗିରଫ୍ ହୋଇ କୋର୍ଟ ଚାଲାଣ ହୋଇଥିବା ଜଣାପଡିଛି। ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ପୁଲିସ ରାତ୍ରି ପେଟ୍ରୋଲିଂ କରୁଥିବାବେଳେ ଚୋରା ଚାଲାଣରେ ୧୮୦ ପାଉତ ମଦ ଜବଦ କରିବା ସହିତ ଜଣଙ୍କୁ ଗିରଫ୍ କରି କୋର୍ଟ ଚାଲାଣ କରିଛନ୍ତି। ଗରିଫ୍ ଅଭିଯୁକ୍ତ ଯୁବକ ଜଣକ ହେଲେ ରାୟଗଡା ଜିଲ୍ଲା କାଶୀପୁର ବ୍ଳକ ବେନ୍ଦଲାଫାସ ଗ୍ରାମର ଅକ୍ଷୟ ନାଏକ (୨୩) ସେ କଲମପୁର ଅଞ୍ଚଳ କୁ ମଦ ବିକ୍ରି କରିବା ପାଇଁ ନେଇ ଯାଉଥିଲେ। ଏହି ସମୟରେ ଏସଆଇ ରଶ୍ମିରଞ୍ଜନ ବାଗଙ୍କ ନେତୃତ୍ୱରେ ରାତ୍ରି ପେଟ୍ରୋଲିଂ ସମୟରେ ଗିରଫ୍ କରିଥିଲେ। ପରେ ଅକ୍ଷୟ ନାଏକକୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି।
ଥୁଆମୂଳ ରାମପୁର ରୁ ବଳଭଦ୍ର ବାଗଙ୍କ ରିପୋର୍ଟ