ଜୁନାଗଡ -କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ କାନଗାଁ ପଂଚାୟତ ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା ଅପରା ଏଗାର ଘଟିକାରେ ସୁଖା ଟୋଲ ଟିଆ ପିତା ତରିବ ଟୋଲ ଟି ଆ ଙ୍କ ଆଖୁ ଭାଡ଼ି ରେ ଗୁଡ଼ ତିଆରି କରି ଥିବା ବେଳେ ହଟାତ ନିଆ ଲାଗି ଭାଡ଼ି ପୋତି ଛାରଖାର ହୋଇଯାଇଛି। ନିଅ ର ବେଗ ଏତେ ତିବ୍ର ଥିଲା ଯେ ତାହାକୁ ନୀୟତ୍ରଣ କରିବା ସକ୍ଷମ ହୋଇ ପାରି ଥିଲେ ଯାହା ଫଳରେ ସେଠାରେ ଥିବା ନଗଦ କୋଡ଼ିଏ ହାଜର ଟଙ୍କା,ଚାଉଳ ଦୁଇ ବସ୍ତା ,ରାସନ୍ କାର୍ଡ, ଆଧାର କାର୍ଡ, ଦୁଇ ହାଣ୍ଡି ଗୁଡ଼ , ପିନ୍ଧିବା କପଡା, ଦୁଇଟି ପଲିଥିନ ଇତ୍ୟାଦି ହାରାହାରି ଏକ ଲକ୍ଷ ଟଙ୍କା ର ସମ୍ପତି ପୋଡ଼ି ନଷ୍ଟ ହେଇଥିବା ର ଗଣ ମାଧ୍ୟମ ପ୍ରତିନିଧି ନିକଟରେ ଜମି ମାଲିକ ପ୍ରତିକ୍ରିୟା ରଖି ଛନ୍ତି,ସେ ଜଣେ ଗରିବ ବ୍ୟକ୍ତି,ଅନ୍ୟ ଲୋକଙ୍କ ଠାରୁ ଧାର କରଜ କରି ଆଖୁ ଚାଷ କରି ନିଜ ପରିବାର ପ୍ରତି ପୋଷଣ କରୁ ଥିଲୁ ବୋଲି ପ୍ରକାଶ କରିଛନ୍ତି।ଏହି ପରିସ୍ଥିତିରେ ଯଦି ସରକାର କିଛି ଆର୍ଥିକ ସହଯୋଗ ନ କରନ୍ତି ତାହା ହେଲେ ଆମେ ବହୁତ ଅସୁବିଧାର ସମ୍ମୁଖିନ ହେ ବୁ ବୋଲି କାକୁତି ମିନତି କରିଛନ୍ତି,ଏହି ଶୀତ ସମୟରେ ତାଙ୍କ ପାଖରେ ଶୀତ ରୁ ରକ୍ଷା ପାଇଁ ବା ପାଇ ଶୀତ ବସ୍ତ୍ର ଖଣ୍ଡେ ନାହିଁ କହିଛନ୍ତି।