ବିଛାଡ଼ି ହେଇ ଯାଉଚି
ରଙ୍ଗ ଭର୍ତ୍ତି ଗୀତ_
ତନ୍ମୟ ସୁର ରେ କି’ ଏକ
ଅପୁର୍ବ ସମ୍ମୋହନ
ଅଜାଡ଼ି ପଡ଼ୁଚି
ଗଭୀର ଛୁଆଁ ରେ ହଜାରେ ବାର୍ତ୍ତା ॥
କୋଳେଇ ନେବା ର ଆତୁରତା
ଭିଡ଼ି ଧରୁଚି ଏତେ ଜୋର୍ ରେ !
ମୁଁ ହଜି ଯାଉଚି
ସୁଡ଼ଙ୍ଗ ର ସଫା ଚିକ୍ ଚିକ୍
କୋଟିକମ ପ୍ରଲେପ ରେ !
ମଲ୍ଲି କଢ଼ ଧାଡ଼ି ଧାଡ଼ି
କମ୍ପନ ର କବିତା ସବୁ
ଲେସି ହେଇ ଯାଉଛନ୍ତି
ସୋହାଗ ର ଜହ୍ନରାତି ॥
ଏ ଜହ୍ନରାତି ର ନାଁ କ’ଣ ବୋଲି
ଅଣ୍ତାଳି ହେଲା ବେଳକୁ
ମୋହାଚ୍ଛନ୍ନ ନିବିଡ଼ତା ରେ
ରୂପ ଗନ୍ଧ ଭରା ତନୁ ଲତିକା ରେ
ମଧୁ ଭରା ଗୁଞ୍ଜନ !!!
_____________
ପ୍ରଫୁଲ୍ଲ ଚନ୍ଦ୍ର ପାଢି
କୋଲନରା,ରାୟଗଡ଼ା ଜିଲ୍ଲା
ମୋ_୮୯୧୭୩୨୪୫୨୫