ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଂଗ୍ରେସର ବିଶାଳ ସଂକଳ୍ପ ସମାବେଶ

 

 

————————————

ନବରଙ୍ଗପୁର ,ଓଡିଶା ପ୍ରଦେଶ କଂଗ୍ରେସ କମିଟିର ୧୦୦ବର୍ଷ ପୂର୍ତ୍ତି ଉପଲକ୍ଷେ,ନବରଙ୍ଗପୁର ସହରର ନୂଆ ମଣ୍ଡେଇ ପଡିଆ ଠାରେ ନବରଙ୍ଗପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ସଂକଳ୍ପ ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ଜେଏନୟୁ ଛାତ୍ର ସଂସଦର ପୂର୍ବତନ ସଭାପତି କହ୍ନେୟା କୁମାର,ଗୁଜରାଟ ରାଜ୍ୟର ବେଦଗାଁଓ ନିର୍ବାଚନ କ୍ଷେତ୍ରର କଂଗ୍ରେସ ବିଧାୟକ ଜୀଗନେଶ ମେଇବାନୀ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲେ। ଏମାନଙ୍କ ସହ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, ପୂର୍ବତନ କଳାହାଣ୍ଡି ସାଂସଦ ଭକ୍ତ ଚରଣ ଦାସ,ଡାବୁଗାଁର ପୂର୍ବତନ ବିଧାୟକ ଭୁଜବଳ ମାଝୀ ଓ ନବରଙ୍ଗପୁର ଜିଲ୍ଲା କଂଗ୍ରେସର ସଭାପତି ମୁନା ତ୍ରିପାଠୀ ଏହି କଗ୍ରେସର ସଂକଳ୍ପ ସବେଶରେ ଯୋଗ ଦେଇଥିଲେ। ଜୟପୁର ବିଧାୟକ ବାହିନୀପତି ତାଙ୍କ ଅଭିଭାଷଣରେ ଅବିଭକ୍ତ କୋରାପୁଟ ଜିଲ୍ଲାର ଶିକ୍ଷିତ ଯୁବକ ମାନେ ଚାକିରୀ ଖଣ୍ଡେ ନପାଇ ବେକାର ହୋଇ ବୁଲୁଛନ୍ତି। ଜିଲ୍ଲା ବାହାରର ଯୁବକ ମାନଙ୍କୁ ଆଦିବାସୀ ଅଧ୍ୟୁଷିତ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଚାକିରୀ ଦେଇ ଏଠାକାର ଯୁବକ ମାନଙ୍କୁ ଉପହାସ କରୁଛନ୍ତି।ଏଥିପାଇଁ, ଅବିଭକ୍ତ କୋରାପୁଟ ଜିଲ୍ଲାର ସ୍ୱାର୍ଥ ପାଇଁ ଆଗାମୀ ଦିନରେ ଆନ୍ଦୋଳନ ହେବ ବୋଲି କହିଥିଲେ।ଛତିଶଗଡ଼ ସରକାରଙ୍କ ଅଵକାରୀ ମନ୍ତ୍ରୀ କାବାସୀ ଲାଖମା ଛତିଶଗଡ ରାଜ୍ୟରେ ଶାସନାଧୀନ କଂଗ୍ରେସ ଛତିଶଗଡ ବାସୀଙ୍କୁ ଦେଉଥିବା ଜନ ହିତକର ଯୋଜନା ଓ ଓଡିଶା ସରକାରଙ୍କ ଜନ ହିତକାରୀ ଯୋଜନା ମଧ୍ୟରେ ଥିବା ରହିଥିବା ତାରତମ୍ୟ ଗୁଡିକ ବିଷୟରେ କହିଥିଲେ। କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଗୁଜରାଟ ବିଧାୟକ ଜିଗନେସ ମେଇବାନୀ ତାଙ୍କ ଭାଷଣରେ ଦିଲ୍ଲୀ ଏବଂ ଓଡ଼ିଶାରେ କାର୍ପେଟର ଶାସନ ଚାଲିଛି, ସାଧାରଣ ଲୋକଙ୍କ ପାଇଁ ସରକାରଙ୍କ କୌଣସି ଚିନ୍ତା ନାହିଁ,ଦୀର୍ଘ ବର୍ଷ ଶାସନରେ ଦେଶକୁ କଂଗ୍ରେସ କଣ ଦେଇଛି ବୋଲି ପ୍ରଶ୍ନ ପଚାରୁଥିବା ରାଜନୈତିକ ଦଳ ଗୁଡିକୁ ମୁ କହିବାକୁ ଚାହେଁ ଯେ,କଂଗ୍ରେସ ଦେଶକୁ ସମ୍ବିଧାନ ଦେଇଛି, ରାଇଟ ଟୁ ଫୁଡ଼ ଦେଇଛି,ଜଙ୍ଗଲ ଜମି ଅଧିକାର ଦେଇଛି, ଆଇଆଇଟି ଦେଇଛି,ସାଧାରଣ ଲୋକଙ୍କୁ ସୂଚନା ଅଧିକାର ଆଇନ ଦେଇଛି,ଲୋକ ନିଜ ଅଞ୍ଚଳରେ କାମ ଧନ୍ଦା କରି ଅର୍ଥ ଉପାର୍ଜନ କରିବା ପାଇଁ ମୋନରେଗା ଯୋଜନା ଦେଇଛି ବୋଲି କହିଥିଲେ। କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ କହ୍ନେୟା କୁମାର ଦୂତୀୟ ଜଲିଅନାବାଗ ହତ୍ୟାକାଣ୍ଡ ଘଟିଥିବା ନବରଙ୍ଗପୁର ମାଟିକୁ ପ୍ରଣାମ କରି ନିଜ ଅଭିଭାଷଣ ଆରମ୍ଭ କରି କହିଥିଲେ ଯେ ଓଡ଼ିଶାରେ ମମିତା ହତ୍ୟାକାଣ୍ଡକୁ ନେଇ ଜନ ଆନ୍ଦୋଳନ ହେଉଥିଲେ ମଧ୍ୟ ଏହି ଘଟଣାରେ ସଂଶ୍ଲିଷ୍ଟ ଥିବା ମନ୍ତ୍ରୀଙ୍କୁ ସରକାର ବଂଚଉଛନ୍ତି କାହିଁକି ?ଲୋକଙ୍କ ସାମ୍ବିଧାନିକ ଅଧିକାରକୁ କ୍ଷୁର୍ଣ୍ଣ କରୁଥିବା ସରକାରକୁ ଲୋକଙ୍କୁ ଜବାବ ଦେବାକୁ ପଡିବ। ଲୋକ ନେତାଙ୍କୁ ତିଆରି କରନ୍ତି, ନେତା ଲୋକଙ୍କୁ ତିଆରି କରେ ନାହିଁ, କଂଗ୍ରେସ ଲୋକଙ୍କ ଦଳ, କଂଗ୍ରେସର ସଂଘଠନକୁ ଟାଣ କରିବା ପାଇଁ ଆସନ୍ତା ପଞ୍ଚାୟତ ନିର୍ବାଚନରେ କଂଗ୍ରେସକୁ ବିଜୟୀ କରି କଂଗ୍ରେସକୁ ଏବଂ କଂଗ୍ରେସ ଦଳର ଶୀର୍ଷ ନେତୃତ୍ୱଙ୍କ ହାତ ମୁଠାକୁ ଟାଣ କରନ୍ତୁ ବୋଲି କହିଥିଲେ।

କଂଗ୍ରେସର ଏହି ସଂକଳ୍ପ ସମାବେଶ କାର୍ଯ୍ୟକ୍ରମରେ ନବରଙ୍ଗପୁର,ମାର୍କସବାଦୀ କମ୍ୟୁନିଷ୍ଟ ପାର୍ଟିର ପ୍ରମୁଖ ନେତା ରାଜେଶ ଯାନୀ ତାଙ୍କ ଶହ ଶହ ସମର୍ଥକଙ୍କ ସହ ତାଙ୍କ ଦଲକୁ କଂଗ୍ରେସରେ ବିଲୀନ କରିଛନ୍ତି।ଆଦିବାସୀ ନେତା ଦିବାକର ପୂଜାରୀ, ଝରିଗାଁର ଆଦିବାସୀ ନେତ୍ରୀ ହାରାବତୀ ଗଣ୍ଡ, କୋଷଗୁମୁଡ଼ା ଅଞ୍ଚଳର କୁସିଆ ମାଝୀ ମଧ୍ୟ ସେମାନଙ୍କ ଶତାଧିକ ସମର୍ଥଜଙ୍କ ସହ କଂଗ୍ରେସ ଦଳରେ ସାମିଲ ହୋଇଥିଲେ।ଏହି କାର୍ଯ୍ୟକ୍ରମରେ ୧୦ ହଜାର ଲୋଜଙ୍କ ଭିଡ଼ ଜମିଥିଲା।(ମଧୁସୂଦନ ସାହୁ ନବରଙ୍ଗପୁର)

Related posts

ନବରଙ୍ଗପୁର ଜିଲ୍ଲା ରେ ବ୍ୟାପିଲା ଝାଡ଼ାବାନ୍ତି ,ପହଂଚିଲା ଡାକ୍ତରୀ ଦଳ

Sunil Chandra Nayak

କାଙ୍ଗାଳୀ ଚରଣ ସେଠୀ ଙ୍କ କବିତା ପ୍ରୀତି ପରାଗ

ଡ୍ରାଇଭର ମହାସଂଘ ତରଫରୁ ଡାବୁଗାଁ ତହସିଲଦାର ଙ୍କୁ ଦାବିପତ୍ର

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort