ମୟୂରଭଞ୍ଜ- ୩/୮/୨୨(ମସିହା) – ଦୁନିଆଁରେ ମାନବିକତା ହଜିଯାଇଛି । ବୟସ୍କ ହେଉଛନ୍ତି ଅଲୋଡା । ମୁଣ୍ଡ ଝାଳ ତୁଣ୍ଡରେ ମାରି ଜନ୍ମ କରି ସମାଜରେ ପ୍ରତିଷ୍ଠିତ କରାଇଥିବା ବୃଦ୍ଧ ବାପା ମା ହେଉଛନ୍ତି ସାତପର । ସରକାର ବୟସ୍କମାନଙ୍କ ପାଇଁ ଯେତେ ଯୋଜନା କଲେ ମଧ୍ୟ କୃତଘ୍ନ ସନ୍ତାନ ମାନଙ୍କର ଭୟ ନାହିଁ । ସୂଚନାଯୋଗ୍ୟ ମୟୂରଭଞ୍ଜ ଜିଲ୍ଲାର ଗୋରୁମହିଷାଣୀ ଥାନା ଅନ୍ତର୍ଗତ ବିଜାତଳା ବ୍ଲକର ଲୂହାଶିଳା ପଞ୍ଚାୟତର କାଦେପାଣି ଗ୍ରାମର ମଧୁ ମୁର୍ମୁ ୪ ପୁତ୍ର ସନ୍ତାନର ଜନକ ।ପ୍ରଥମ ପୁଅ ଶୁକଲାଲ ମୁର୍ମୁ ସୈନିକ ବିଭାଗରେ ଅବସର ନେଇ ଅନ୍ୟ ଚାକିରୀରେ କାର୍ଯ୍ୟରତ,ଦିତୀୟ ପୁତ୍ର ରାଇସେନ ମୁର୍ମୁ ଜଣେ ସରକାରୀ କାର୍ଯ୍ୟରତ ଡାକ୍ତର ଏବଂ ଅନ୍ୟ ଦୁଇ ପୁଅ ଘରେ ରହି ଚାଷବାସ କରୁଛନ୍ତି ।ମଧୁକୁ ପରିବାର ଲୋକେ ଅଣଦେଖା, ଖାଇବାକୁ ନ ଦେବା,ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦେଉଥିବା ନେଇ ଆଜି ସେ ଗୋରୁମହିଷାଣୀ ଥାନାରେ ଲିଖିତ ଅଭିଯୋଗ କରି ସାମାଜିକ ସୁରକ୍ଷା ଓ ଖାଦ୍ୟ ସୁରକ୍ଷା ନେଇ ଅଭିଯୋଗ କରି ନ୍ୟାୟ ମାଗିଛନ୍ତି ।
ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳଙ୍କ ରିପୋର୍ଟ