ଧର୍ମଗଡ-:- ଧର୍ମଗଡ ବ୍ଲକ ଅନ୍ତର୍ଗତ ବଡବସୁଲ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ସଭାପତି ବସନ୍ତ କୁମାର ପୁରୋହିତଙ୍କ ସଭାପତିତ୍ୱ କଳାହାଣ୍ଡି ଜିଲ୍ଲା ବିଜେପି କୃଷକମୋର୍ଚ୍ଚା ର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ରେ ଅନୁଷ୍ଠିତ ହୋଇ ଯାଇଛି। ଏହି ବୈଠକ ରେ ମୁଖ୍ୟ ଅତିଥି ଭାବେ କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ଲକ୍ଷ୍ମଣ ବାଗ ଯୋଗଦାନ କରିଥିଲେ । ଅତିଥି ମାନଙ୍କ ମଧ୍ୟରେ ବିଜେପି ରାଜ୍ୟ କାର୍ଯ୍ୟ କାରିଣୀ ସଭ୍ୟ ଧନଞ୍ଜୟ ପାତ୍ର, ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର, କୃଷକ ମୋର୍ଚ୍ଚା ଜିଲ୍ଲା ପ୍ରଭାରୀ ସୁଧୀର ରଂଜନ ପଟଯୋଷୀ, କୃଷକ ମୋର୍ଚ୍ଚା ରାଜ୍ୟ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଅପରେଶ ସ୍ୱାଇଁ, ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଶ୍ରୀକାନ୍ତ ହୋତା, ଜିଲ୍ଲା ପରିଷଦ ସଭ୍ୟ ରେଣୁକା ସାହୁ, ଖଇରପଦର ମଣ୍ଡଳ ସଭାପତି ଜୟଶଙ୍କର ମୁଣ୍ଡ ମଞ୍ଚାସିନ ଥିବା ବେଳେ ଜିଲ୍ଲା ସାଧାରଣ ସମ୍ପାଦକ ଗଣେଷ ନନ୍ଦ ଅତିଥି ପରିଚୟ ଓ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଦେଶର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଚାଷୀର ଆୟକୁ ଦୁଇ ଗୁଣା କରିବା ପାଇଁ କରିଥିବା ପ୍ରୟାସ, ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାରେ ପ୍ରତି ଚାଷୀଙ୍କୁ ବର୍ଷକୁ ଟ.୬୦୦୦ ପ୍ରଦାନ,କିଷାନ କ୍ରେଡିଟ କାର୍ଡ଼ ମାଧ୍ୟମରେ ସମସ୍ତ ଚାଷୀଙ୍କୁ ୪ପ୍ରତିଶତ ସୁଧରେ ଋଣ ପ୍ରଦାନ, ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ଼,e-ଜାତୀୟ କୃଷି ବଜାର, ମାଇକ୍ରୋ ଇରିଗେସନ ଫଣ୍ଡ ,ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନା, ପରମ୍ପରାଗତ ଫସଲ ବୀମା ଯୋଜନା,ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା ଉପରେ ଆଲୋଚନା କରା ଯାଇ ଥିଲା । ଏହି ସବୁ ଯୋଜନା କୁ ଲୋକ ଙ୍କ ନିକଟରେ ପହଞ୍ଚାଇବା ସହ ଏହାର ସୁଫଳ କିପରି ସ୍ଥାନୀୟ ଚାଷୀ ପାଇପାରିବେ ସେଥିପ୍ରତୀ ସମସ୍ତ କାର୍ଯ୍ୟକର୍ତ୍ତା ଯତ୍ନବାନ ହେବାକୁ ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ବାଗ ଆହ୍ବାନ ଦେଇଥିଲେ । କଳାହାଣ୍ଡି ଜିଲ୍ଲା ରେ ସମ୍ପ୍ରତି ଚାଷୀ ନିଜ ର କଷ୍ଟ ଉପାର୍ଜିତ ଧାନ କୁ ମଣ୍ଡି ରେ ଠିକ ଭାବରେ ବିକ୍ରୀ କରି ପାରୁନଥିବା ବେଳେ କଟନି ଛଟନି ର ଶିକାର ହେଉଥିବା ନେଇ ମଧ୍ଯ ଏଠାରେ ଆଲୋଚନା କରାଯାଇ ଥିଲା ।
///ଧର୍ମଗଡ଼ ରୁ ବୈଦ୍ୟ ନାାଥ ବେହେରା ଙ୍କ ରିପୋର୍ଟ //