ନୂଆପଡା:- ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଚଳାନପଡା ଗ୍ରାମ ସ୍ଥିତ ଗାୟତ୍ରୀ ଶକ୍ତିପୀଠ ଠାରେ ୪୧ ତମ ପ୍ରାଣପ୍ରତିଷ୍ଠା ସହିତ ୧ କୃତୀୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଅଖିଲ ବିଶ୍ବ ଗାୟତ୍ରୀ ପରିବାରର ସଂସ୍ଥାପକ ପଶ୍ଚିତ ଶ୍ରୀରାମ ଶର୍ମା ଆଚାର୍ଯ୍ୟଙ୍କ କରକମଳରେ ଏହି ଗାୟତ୍ରୀ ପୀଠର ପ୍ରାଣ ପ୍ରତିଷ୍ଠା କରାଯାଇଥିଲା । ସେହିଦିନଠାରୁ ପ୍ରତିବର୍ଷ ଡିସେମ୍ବର ୨୮କୁ ବାର୍ଷିକ ଉତ୍ସବ ତଥା ଗାୟତ୍ରୀ ମାତାଙ୍କ ପ୍ରାଣ ପ୍ରତିଷ୍ଠା ଦିବସ ତଥା ବାର୍ଷିକ ଉତ୍ସବ ରୂପେ ପାଳନ କରାଯାଉଛି ।ଏହି ୧ କୃଷିୟ ଗାୟତ୍ରୀ ମହାଯଜ୍ଞରେ ଯଜ୍ଞ କର୍ତା ଭାବରେ ଲଳିତ କୁମାର ବାରିକ ଓ ତାଙ୍କ ସହ ଧର୍ମିଣୀ ରୀନା ବାରିକ, ଶିଶୁଦେବ ବାରିକ ଓ ତାଙ୍କ ସହଧର୍ମୀଣୀ ଊର୍ମୀଲା ବାରିକ, କିଶୋର ଅଗ୍ରୱାଲ ଓ ତାଙ୍କ ସହଧାର୍ମିଣୀ ଲଳିତା ଦେବୀ କାର୍ଯ୍ୟ ସମ୍ପାଦନ ତୁଲାଇଥିଲେ । ଯଜ୍ଞ ର ପୂର୍ବଦିନ ଚଳାନପଢା ତଥା ଆଖପାଖ ଅଂଚଳରୁ ସତାଧିକ ମହିଳା ମାନେ ଆସି ଚକାନପଡା ପୋଖରୀରୁ କଳସ ରେ ପାଣି ଆଣି ଏକ କଳସ ଯାତ୍ରାରେ ବାହାରୀ ଶକ୍ତିପୀଠ ଠାରେ ସ୍ଥାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗାୟତ୍ରୀ ଜଜମାନ ଦୟାନିଧି ବାରିକ ଓ ତାଙ୍କ ସାଥ୍ ଯଜ୍ଞ କାର୍ଯ୍ୟ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଗାୟତ୍ରୀ ହୋମଯଜ୍ଞ ହେବା ସହିତ ଷୋଡଶ ସଂସ୍କାର ଯଥା ପୁଂସବନ , ନାମକରଣ ,ଅନ୍ନ ପ୍ରାସନ୍ନ, ବୃଡାକର୍ମ, ବିଦ୍ୟାରମ୍ଭ, ବ୍ରତୋପନୟନ, ଗୁରୁମନ୍ତ୍ର ଦିକ୍ଷା , ବିବାହ ଆଦି ସଂସ୍କାର କରାଯାଇଥିଲା । ଏହି ସଂସ୍କାର କାର୍ଯ୍ୟକ୍ରମରେ ଶତାଧିକ ଶୁଦ୍ଧାଳୁ ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମ କୁ ପରିଚାଳନା କମିଟୀର ସଭାପତି ଶୁକୁରମ ବାରିକ, ମେନେଜିଙ୍ଗ କମିଟୀର ଟ୍ରଷ୍ଟି କେତନ ସିଂ ବରିକ ସମେତ ପରିଚାଳନା କମିଟୀର ସମସ୍ତ ସଦସ୍ୟ ସଦସ୍ୟା ସହ ଯୋଗ କରିଥିଲେ । ସୂଚନା ଥାଉକି ଏହି ଯଜ୍ଞ କାର୍ଯ୍ୟକ୍ରମରେ ଖଡିଆଳ ର ସ୍ୱର୍ଗତ ପୁସ୍କର ସିଙ୍ଘଲ ଙ୍କ ସ୍ମୃତି ଉଦ୍ଦେଶ୍ୟରେ ତାଙ୍କର ସୁ ପୁଷ୍ପା ସୋନୁ ସିଙ୍ଘଲ ଯଜ୍ଞ ଶାଳା ନିର୍ମାଣ ପ୍ରତିଶ୍ରୁତି ଦେବା ସହିତ ଶିଲା ନ୍ୟାସ କରିଥିଲେ । ସେହିପରି ମୁଖ ଶାଳା ନିର୍ମାଣ ପାଇଁ ବରଗଡ଼ ଜିଲ୍ଲାର ପାଇକମାଳା ନିକଟବର୍ତି ମିଠାପାଲି ଗ୍ରାମର ଅଉ ଜଣେ ଗାୟତ୍ରୀ ମାତାଙ୍କ ଭକ୍ତ ପ୍ରତିଶ୍ରୁତି ଦେଇଥିଲେ । ତାଙ୍କ ନିର୍ଦ୍ଦେଶରେ ପ୍ରତିନିଧି ଭାବରେ ଶୁକୁରାମ ବାରିକ ଶିଳାନ୍ୟାସ କରିଥିଲେ । ଦୁତୀୟ ପର୍ଯ୍ୟାୟରେ ବୋଡେନ ବ୍ଲକ ବୁଢ଼ିପଦର ଗ୍ରାମର ଭାଗବତ ମଣ୍ଡଳୀର ଭାଇ ଭଉଣୀ ମାନଙ୍କ ଦ୍ବାରା ଭକ୍ତିଗୀତ ପରିବେଷଣ କରାଯାଇଥିଲା । (ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ )
previous post
next post