Uncategorized।। ଚିତ୍ରା ରାଣୀ ପାତ୍ର।। ଙ୍କ କବିତା ।। ଆହୁତି।। by Sunil Chandra NayakAugust 6, 2022070 Share0 ।। ଆହୁତି।। ତୁମ କାମନାରେ ଆହୂତି ଦେବିନି ଥକି ମୁଁ ପଡ଼ିଛି ଆଜି, ତୁମ ସଜାଥିବା ଫୁଲଘରଟିତ ଭୁଷୁଡି ପଡ଼ିଛି ଭାଜି।।୧।। ସପନ ମୋହର ଚୂନା ଚୂନା ହୋଇ ପବନରେ ଉଡୁଅଛି, ଥରେ ଭାଙ୍ଗିଗଲେ ମନଟା ଏମିତି ଯୋଡିବି ହୁଏନା କିଛି।।୨।। ସଜାଇ ଥିଲି ମୁଁ କେତେ ସରାଗରେ ରଙ୍ଗ ଦେଇଥିଲ ଭରି, ସେଗୁଡିକ ସବୁ ଲିଭିଗଲା କ୍ଷଣେ ବିଞ୍ଚି ଗଲା ଚୂରି ଚୂରି।।୩।। ଆଖି ଳୁହେ ମୋର ଭିଜୁଛି ସେ ଘର ଆଉ ଶୁଖିବାର ନୁହେଁ, ତୁମେ ଥିବ ରହି ମତ୍ତ ହୃଦୟେ ଖେଳିବ କେତେ ଜୀବନେ।।୪।। ।। ଚିତ୍ରା ରାଣୀ ପାତ୍ର।। ।। ବାଲେଶ୍ଵର।।