- ପାପଡାହାଣ୍ଡି, – ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ଅନ୍ତର୍ଗତ ତୁମ୍ବର୍ଲା ଫାଣ୍ଡି ରାସ୍ତାରେ ଏକ ବୋଲେରୋ ନମ୍ବର OR 10 A 0211 ଗଞ୍ଜେଇ ଚାଲାଣ ବେଳେ ପୋଲିସ ଗାଡି ଜବତ କରି 273କିଲୋ ଗଞ୍ଜେଇ ସହ ଅଭିଯୁକ୍ତ କାର୍ତିକ ବଡ଼ନାୟକଙ୍କୁ ଅଟକ ରଖିଛି | ତାଙ୍କ ଘର ଲମତାପୁଟ ବୋଲି ଜଣାପଡିଛି | ବୋଲେରୋକୁ ଏସ କର୍ଟ ଦେଉଥିବା ଏକ କାର ନମ୍ବର OR 02BZ 0120କୁ ମଧ୍ୟ ଜବତ କରାଯାଇଛି | ସୂଚନା ମୁତାବକ ଲମତାପୁଟ ଅଞ୍ଚଳରୁ ଗଞ୍ଜେଇ ଧରି ରାଇଘର ଯିବା ସମୟରେ ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ଯାଞ୍ଚ କରି ଦୁଇଟି ଗାଡିକୁ ଧରିଥିଲା | ମାଜିଷ୍ଟ୍ରେଟ ତହସିଲଦାର ଯୋଗେଶ୍ୱର ଭୋଇଙ୍କ ଉପସ୍ଥିତିରେ ଓଜନ କରାଯାଇଥିଲା | ପୋଲିସକୁ ଦେଖି କାର ର ଜଣେ ଓ ବୋଲେରୋର ଜଣେ ଚମ୍ପଟ ମାରିଥିଲେ | ଏହି ସମୟରେ ଆଇଆଇସି ସୂବେନ୍ଦୁ ଶବର, ଏସଆଇ ଶିବଜି ପଣ୍ଡା, ଏସଆଇ ସୂବେନ୍ଦୁ ବେହେରା ପ୍ରମୁଖ ଉପସ୍ଥିତ ଥିଲେ | ଏ ନେଇ କେସ ନମ୍ବର 205/21ରେ ମାମଲା ରୁଜୁ ହୋଇଛି |
previous post
next post