- ମ ରାମପୁର – କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଳକର ଉରଲାଦାନୀ ପଞ୍ଚାୟତର ସରପଞ୍ଚ ଗନ୍ଧର୍ବ ପୁଝାରୀ ଜଣେ ଛେଳି ବ୍ୟବସାୟୀ ଙ୍କ ଠାରୁ ୧ଲକ୍ଷ ୨୩ହଜାର ଟଙ୍କା ଲୁଟ୍ କରିଥିବା ଅଭିଯୋଗରେ ଗିରଫ ହୋଇଥିବା ଜଣାପଡିଛି। ପୋଲିସ ସୂତ୍ରରୁ ପ୍ରକାଶ ଯେ ଗତ ୧୩ତାରିଖ ଦିନ ସନ୍ଧ୍ୟା ସମୟରେ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଳକର ମଣ୍ଡଳପଦର ଗ୍ରାମ ର ଛେଳି ବ୍ୟବସାୟୀ ଇଶ୍ୱର ନାୟକ, ଉରଲାଦାନୀ ସରପଞ୍ଚ ଗନ୍ଧର୍ବ ପୁଝାରୀ ଓ ବାଇଜରକା ଗ୍ରାମର ପିତବାସ ପାତ୍ର ସମସ୍ତେ ମିଶି ପ୍ରଚୁର ମଦ୍ୟପାନ କରିଥିଲେ। ସେହି ସମୟରେ ହଠାତ୍ ଗନ୍ଧର୍ବ ପିଉଥିବା ମଦ କୁ ଇଶ୍ଵର ଙ୍କ ମୁହଁ ରେ ଢାଳିଦେଇଥିଲେ। ଫଳରେ ଇଶ୍ଵର ଘଟଣା ସ୍ଥଳରେ ଅଚେତ ହୋଇପଡ଼ିଥିଲେ।ତାର ସୁଯୋଗ ନେଇ ଇଶ୍ଵର ପାଖରେ ଥିବା ୧ଲକ୍ଷ ୨୩ହଜାର ଟଙ୍କା କୁ ଗନ୍ଧର୍ବ ଲୁଟି ନେଇଥିଲେ।ପରେ ଅଚେତ ଅବସ୍ଥାରେ ଥିବା ଈଶ୍ୱର ନାୟକ ଙ୍କୁ ଗନ୍ଧର୍ବ ଓ ପିତବାସ ମିଶି ହରଲଙ୍ଗା ନିକଟସ୍ଥ ବୁଢିପଦର ପୋଲ ତଳେ ଫିଙ୍ଗି ଦେଇଥିଲେ। ହେଲେ ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ପୋଲ ନିକଟରେ ଥିବା ରାସ୍ତା କଡରୁ ଇଶ୍ଵର କୁ ପରିବାର ଲୋକେ ଉଦ୍ଧାର କରିଥିଲେ।ପରେ ତାଙ୍କୁ ତୁମୁଡିବନ୍ଧ, ବାଲିଗୁଡା ଓ ଗୁରୁତର ହେବାରୁ ତାଙ୍କୁ ଭୂବନେଶ୍ଵର ଏମ୍ସ ହସ୍ପିଟାଲ ରେ ଚିକିତ୍ସା କରିଥିଲେ।ସୁସ୍ଥ ହେବା ପରେ ଇଶ୍ଵର ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇଥିଲେ।ପରେ ତାଙ୍କ ପୁଅ ଦୟାନିଧି ନାୟକ ମ.ରାମପୁର ଥାନା ରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ କୁ ଭିତ୍ତି କରି ପୋଲିସ ତଦନ୍ତ କରି ଦଫା ୩୦୭/୩୯୪ ରେ ମାମଲା ରୁଜୁ କରି ସରପଞ୍ଚ ଗନ୍ଧର୍ବ ପୁଝାରୀ ଓ ତା ସହଯୋଗୀ ପିତବାସ କୁ ଗିରଫ କରି କୋର୍ଟ ଚାଲାଣ କରିଛି।ଅନ୍ୟ ପକ୍ଷରେ ଏଥିରେ ସଂପୃକ୍ତ ଥିବା ଅନ୍ୟ ଜଣେ ଫେରାର ଥିବା ଥାନା ଅଧିକାରୀ ପ୍ରକାଶ କରିଛନ୍ତି ।ମ ରାମପୁର ରୁ ଧିରେନ ପଟ୍ଟନାୟକ ଙ୍କ ରିପୋର୍ଟ
previous post