- ଧର୍ମଗଡ଼ -ଧର୍ମଗଡ ବ୍ଲକ ଅନ୍ତର୍ଗତ କନାଗାଁ ନେତୁ ପଡା ନିବାସୀ ସୁଖା ଟୋଲଟିଆ ଙ୍କ ଘର ପୋଡି ଯାଇ ସମସ୍ତ ଆସବାସ ପତ୍ର,ଚାଉଳ, ଲୁଗାପଟା, ଟଙ୍କା ପଇସା ଯାହା ସବୁ ଘାରେଥିଲା ଘର ସହ ସବୁ ପୋଡ଼ି ପାଉଁଶ ହେଇଗଲା । ଏହି ଖବର ଶୁଣି ଯୁବନେତା ଲକ୍ଷ୍ମୀକାନ୍ତବାଗ ଙ୍କ ନେତୃତ୍ୱ ରେ ବିଜେପିର ଏକ ପ୍ରତିନିଧି ଦଳ ସୂଖା ଟୋଲଟିଆ ଙ୍କ ନିକଟରେ ପହଞ୍ଚି ଥିଲେ ।
- ଫୋନ ମାଧ୍ୟମରେ ଉପଜିଲ୍ଲାପାଳ ଧର୍ମଗଡ଼ ଙ୍କୁ କ୍ଷୟକ୍ଷତି ସମ୍ପର୍କ ରେ ଅବଗତ କରି କ୍ଷତି ପୁରଣ ପ୍ରଦାନ ପାଇଁ ଅନୁରୋଧ କରିଥିଲେ ।ଏଥି ସହିତ କ୍ଷତିଗ୍ରସ୍ତ ପରିବାର କୁ ଆଶ୍ୱାସନା ଦେଇ ଆର୍ଥିକ ସହଯୋଗ କରିଥିଲେ । ପ୍ରତିନିଧି ମଣ୍ଡଳୀ ରେ ସର୍ବଶ୍ରୀ. ଅପରେଶ ସ୍ୱାଇଁ, ଜଗତ ରାମ ସାହୁ,ଟିକେରାମ ସାହୁ,ଲଳିତ ବାଗ,ହିମାନ କଟା ପ୍ରମୁଖ ଉପସ୍ଥିତ ଥିଲେ । ( ଧର୍ମ ଗଡ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ )
previous post