ଭାରତ ମାତା
ସୁରେଶ ଚନ୍ଦ୍ର ପାଢୀ
ଭାରତ ମାତା ର ମୁହିଁ ସୁଯୋଗ୍ୟ ସନ୍ତାନ ହେବି
ନିଜେ ନିଜ ପାଇଁ ନୁହେଁ ଦେଶ ପାଇଁ ବଞ୍ଚିବି
ହାତେ ତ୍ରିରଙ୍ଗା ଧରି ଜୟ କାର ମୁଁ ଦେବି
ଜୟ ଭାରତ ମାତା କହି ସବୁଠି ବୁଲିବି
ମୋ ଭାରତ ମାଆ ର ପାଦ ତଳେ ରହି ସେବା କରିବି
ଶତ୍ରୁ ସାଥେ ଲଢ଼ି ଦେଶ ପାଇଁ ଜୀବନ ଦେବି
ମୋ ଭାରତ ର ସଂସ୍କୃତି ପାଇଁ ମୁଁ ଗର୍ବ କରିବି
ମୋ ଭାରତ ର ଧୂଳି ମାଟି କୁ ମୋ ଦେହେ ବୋଳି ଦେବି
ମୋ ଭାରତ ମାତା ର ଚାରି ତୀର୍ଥ ରେ ଭ୍ରମଣ କରିବି
ମୋ ଭାରତର ପବିତ୍ର ଭୂଇଁରେ ମୋ ଜନ୍ମ ସଫଳ କରିବି
ବୁଗୁଡ଼ା,ଗଞ୍ଜାମ