-
ମନେ ଭରିଛି କେତେ ହରଷ,
ଆସିଯାଉଛି ନୂଆ ବରଷ ।
ନାଚଗୀତେ ତ ଖୁସିର ହସ,
ନୂଆ ବରଷ ନୂଆ ଉଲ୍ଲାସ ।
ମନରେ ଭରି ନୂଆ ଉତ୍ସାହ,
ପୁରୁଣା ବର୍ଷକୁ ହେ ବିଦାୟ !
ବରଷକେ ଫେରେ ଏଇ ଦିନ,
କିଣିନେବାରେ ସବୁରି ମନ ।
ରଖି ମନରେ ଭରି ବିଶ୍ୱାସ,
ଚିନ୍ତା ଦୁଃଖରୁ ନିଅ ଉଶ୍ୱାସ ।
ନୂଆ ସୂରୁଜ ବୁଣେ ମୁରୁଜ,
ସାତ ରଙ୍ଗରେ ହୋଇଛି ସଜ ।
ସେଇ ରଙ୍ଗରେ ଜୀବନ ଭରି,
ସାରା ବରଷ ସୁଖ ସୁମରି ।
ପୁରୁଣା ବର୍ଷ ଦେବା ବିଦାୟ,
ନୂଆ ବରଷ ମନ ଅଥୟ ।
ନୂଆ ବର୍ଷକୁ ଅଭିନନ୍ଦନ,
ସଂଶୋଧନେ ତ ପରିବର୍ତ୍ତନ ।
କର ସ୍ୱାଗତ ନୂଆ ବରଷ,
ଭରି ଉଠୁ ହେ ନୂଆ ଉଲ୍ଲାସ ।
next post