- ନୂଆପଡା : ସୟଂଶାସିତ ଖଡିଆଳ ମହାବିଦ୍ୟାଳୟ ଠାରେ ପୁର୍ବତନ ଅଧ୍ୟକ୍ଷ ଡ. ଅନୁପମା ପାଢୀ ଙ୍କ ଶୁକ୍ରବାର ଅବସର ଗ୍ରହଣ ପରେ ନୂତନ ଅଧ୍ୟକ୍ଷ ଭାବରେ ଗଙ୍ଗାଧର ପାଣିଗ୍ରାହୀ ଦାୟିତ୍ବ ଗ୍ରହଣ କରିଛନ୍ତି । ଯୁକ୍ତ ଦୁଇ ଅଧ୍ୟକ୍ଷ ଭାବରେ ପ୍ରମୋଦ କୁମାର ସାହୁ ଦାୟିତ୍ବ ଗ୍ରହଣ କରିଛନ୍ତି । ଏହି ଉପଲକ୍ଷେ ଆୟୋଜିତ ସଭାରେ ଡ. ଅନୁପମା ପାଢୀ କଲେଜର ସମସ୍ତ ଦାୟୀତ୍ବ ଶ୍ରୀ ପାଣିଗ୍ରାହୀ ଙ୍କୁ ହସ୍ତାନ୍ତର କରିଛନ୍ତି। ଏଥିରେ ପ୍ରାଧ୍ୟାପକ ହରେକୃଷ୍ଣ ମିଶ୍ର, ଅଶ୍ବିନୀ ପାଢୀ, ରିତା ଦାସ, ଡ. ତରୁଣ କୁମାର ପ୍ରଧାନ, ସୁଧୀର ଚନ୍ଦ୍ର ପ୍ରଧାନ , ମିନା ଗୁଜୁରାତି, ଧ୍ରୁବ ପାତ୍ର, ଡ. ସରୋଜ କୁମାର ପଣ୍ଡା, ଡ. ରଣବୀର ସିଂ, ଡ. ବିଷ୍ଣୁଦେବ ସିଂ ମଲ୍ଲିକ, ରାଜଲକ୍ଷ୍ମୀ ରଥ, ଡ. ୟାମିନ ମହମ୍ମଦ, ଅଜିତ ହରପାଳ, ବିଉଟୀ ଅଗ୍ରୱାଳ, ରାଜକୁମାର ରାଉତ, ଚିତ୍ତରଞ୍ଜନ ଜେନା , ସୁଘୋଷ ପଟ୍ଟନାୟକ, ଆଶୁତୋଷ ଯୋଶି ପ୍ରମୁଖ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ