- ନୂଆପଡା ଜିଲ୍ଲା ଖଡିଆଳ ସ୍ଥିତ ସ୍ୱୟଂ ଶାସିତ ମହାବିଦ୍ୟାଳୟ ରାଜନିତୀ ବିଜ୍ଞାନର ପିଜି ଛାତ୍ରଛାତ୍ରୀ ମାନେ ସ୍ଵଛାତା ଅଭିଯାନ କୁ କିପରି ଆଗେଇ ନିଆଯିବ ଓ ଛାତ୍ରଛାତ୍ରୀ ମାନେ କିପରି ସ୍ଵଛତା ଉପରେ ଲୋକଙ୍କୁ ବୁଝାଇ ପାରିବେ ତାହା ଉପରେ ଗୁରୁତ୍ବାରୋପ କରାଯାଇଛି । ବର୍ତମାନ ପର୍ଯ୍ୟଟନ ସ୍ଥଳୀ ମାନଙ୍କରେ ସ୍ୱଚ୍ଛତା କୁ ଗୁରୁତ୍ବ ଦିଆଯାଉନଥିବା ବେଳେ ଭୋଜିରେ ଯାଉଥିବା ଲୋକେ ଅତ୍ୟଧିକ ପଳିଥୁନ ର ବ୍ୟବହାର କରୁଛନ୍ତି । ସେହି ପଲିଥିନ ଗୁଡ଼ିକ ଏଣେତେଣେ ପଡ଼ିବା ଫଳରେ ସେଠାକର ପରିବେଶ ସ୍ଵଛତା ରହୁନାହିଁ । ଏହାକୁ ଗୁରୁତ୍ବ ଦେଇ ରାଜନୀତି ବିଜ୍ଞାନ ର ଛାତ୍ରଛାତ୍ରୀ ମାନେ ସିନାପାଲି ବ୍ଲକ ଥିପାଖୋଲ ପର୍ଯ୍ୟଟନ ସ୍ଥଳରେ ସ୍ଵଛାତା ଅଭିଯାନ ଆରମ୍ଭ କରିଥିଲେ । ପର୍ଯ୍ୟଟନ ସ୍ଥଳିରେ ଭୋଜିଭାତ କରି ଏଣେତେଣେ ଫୋପାଡୁଥିବା ପଲିଥିନ ମାନଙ୍କୁ ସଂଗ୍ରହ କରି ନିଆ ଲଗାଇ ସଫାସୁତୁରା କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜନୀତି ବିଜ୍ଞାନ ପ୍ରାଧ୍ୟାପକ ଡ. ପଦ୍ମଲୋଚନ ବର୍ମାଙ୍କ ସମେତ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ
previous post
next post