- ନୂଆପଡା:- ନୂଆପଡା ଜିଲ୍ଲା ରେ ମଦକାରବାର ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ସିନାପାଲି ରେ ଗୋଟିଏ ମାତ୍ର ବିଦେଶୀ ମଦ ଦୋକାନ ଅଛି । ମଦକୁ ଏଠାରୁ ଖୁଲମଖୁଲା ଭାବେ ବସ୍ତାରେ ଭର୍ତ୍ତି କରି ଗ୍ରାମାଞ୍ଚଳ ରେ ବିକ୍ରୟ କରାଯାଉଛି । ବିଜୁ ଏକ୍ସପ୍ରେସ ୱେ ନିକଟରେ ରହିଛି ଏହି ଠିପି ବନ୍ଦ ମଦ ଦୋକାନ Iଗ୍ରାମାଞ୍ଚଳରେ ଥିବା ଅସାଧୁ ବେପାରୀ ମାନେ ଏଠାକୁ ଆସି ବସ୍ତା ବସ୍ତା ମଦ ନେଇ ଯୁବ ପିଢ଼ିକୁ ଚଢା ଦରରେ ବିକ୍ରୟ କରି ବେଶ ଲାଭବାନ ହେଉଥିବାବେଳେ ମଦ୍ୟପଙ୍କ ସଂଖ୍ୟା ବେଶ ବୃଦ୍ଧି କରିବାରେ ଲାଗିଛନ୍ତି । ଏଠାରେ ଅବକାରୀ-ପୋଲିସ ବିଭାଗ ନିରବ ଦ୍ରଷ୍ଟା ସାଜିଛି । ମଦ୍ୟପ ଙ୍କ ରାଜ୍ ଏକପ୍ରକାର ଚାଲିଲାଣି ନୂଆପଡ଼ା ଜିଲ୍ଲା ରେ । ଶୁଣିବାକୁ ମିଳେ କେତେକ ପୋଲିସ ଏବଂ ଅବକାରୀ ବିଭାଗୀୟ କର୍ମଚାରୀ ଙ୍କ ଏହି କାର୍ଯ୍ୟରେ ହାତଥିବାବେଳେ, ମୋଟା ଅଙ୍କ ରେ ଦିଲଖୁସ୍ । ଏଣୁ ଅତିଶିଘ୍ର ଏହାରି ଉପରେ ତିକ୍ଷ୍ମ ଦୃଷ୍ଟି ଦେଇ ସମ୍ପୃକ୍ତ କର୍ମଚାରୀ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବୀ ହୋଇଛି । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ
previous post