- ଧର୍ମଗଡ-ଆଗାମୀ ତ୍ରି ସ୍ତରୀୟ ପଞ୍ଚାୟତ ରାଜ ନିର୍ବାଚନ ପାଈ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ପ୍ରକାଶିତ ତାଲିକା ରେ ସରପଂଚ ପଦବୀ ନିମନ୍ତେ ଅନୁସୂଚିତ ଜନଜାତି ଙ୍କୁ ଅଣଦେଖା କରାଯାଇ ସେମାନଙ୍କ ପାଇଁ ଆଦୌ ସଂରକ୍ଷଣ ରଖାଯାଇ ନଥିବାରୁ ଆଦିବାସି ବର୍ଗ ଙ୍କ ମଧ୍ୟ ରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି । ଧର୍ମଗଡ ବ୍ଲକ ରେ ୨୪ ଟି ଗ୍ରାମ ପଞ୍ଚାୟତ ସରପଞ୍ଚ ପଦ ପାଇ ପ୍ରଥମେ ୫ ଟି ଆସନ ସଂରକ୍ଷିତ ରହିଥିଲା । ଏବେ ଆଦୌ ସଂରକ୍ଷଣ ନାହି ।
- ଆଜି ଏହା କୁ ନେଇ ଧର୍ମଗଡ ବ୍ଲକ ଆଦିବାସୀ ସଂଘ୍ ପକ୍ଷ ରୁ ଜିଲ୍ଲାପାଳ ଙ୍କ ଉଦେଶ୍ୟ ରେ ଏକ ଦାବୀ ପତ୍ର ସହ ଜିଲ୍ଲାପାଳ ଚିନ୍ମୟ ନାୟକ ଙ୍କୁ ପ୍ରଦାନ କରାଯାଇଛି । ପୂର୍ବ ରୁ ପ୍ରକାଶ ପାଇଥିବା ସଂରକ୍ଷଣ ତାଲିକା ଅନୁଯାୟୀ ଧର୍ମଗଡ ବ୍ଲକ ର ପର୍ଲା, ନନ୍ଦଗା, ବଡଫୁର୍ଲା, ବଡ଼ଘୁମେର ଓ ବ୍ରାହ୍ମଣ ଛେଣ୍ଡିଆ ଅନୁସୂଚିତ ଜନଜାତି ବର୍ଗ ଙ୍କ ପାଈ ସଂରକ୍ଷିତ ଥିଲା । ଏହାକୁ ବଳବତ୍ତର ରଖିବା ପାଈ ସଙ୍ଘ ପକ୍ଷ ରୁ ଦାବୀ କରାଯାଇଛି । ଦାବୀ ପତ୍ର ପ୍ରଦାନ ସମୟ ରେ ସଂଘ ପକ୍ଷ ରୁ ଶ୍ୟାମସୁନ୍ଦର ମାଝୀ, ଗୋବର୍ଦ୍ଧନ ଶବର, ଦୟାନିଧି ମାଝୀ, ବୀରେନ୍ଦ୍ର ମାଝୀ, ଗୋକୁଳ ମାଝୀ, ବିବେକ ପୁଝାରୀ, ଜ୍ଞାନ ଶବର, ଗିରିଧାରୀ ମାଝୀ, ଜିତୁ ପୂଝାରୀ, ରୋହିତ ମାଝୀ, ଓ ପ୍ରକାଶ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।( ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ )
next post