- ଧର୍ମଗଡ-ଧର୍ମଗଡ ବ୍ଲକ ଶିକ୍ଷାଧିକାରୀ ବାଞ୍ଛା ନିଧି ପୁରୋହିତ ଆଜି ଅବସର ଗ୍ରହଣ କରିଛନ୍ତି । ଏହି ଅବସର ରେ ଏକ ସମ୍ବର୍ଦ୍ଧନା ସଭା ଧର୍ମଗଡ ବ୍ଲକ ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇ ଯାଇଛି । ଧର୍ମଗଡ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ବଙ୍କିମ ଚନ୍ଦ୍ର ସାଗର, ସମ୍ପାଦକ ଲୋକେଶ୍ୱର ପାରି, ଉପ ସଭାପତି ଲଳିତ ନାଏକ, ଉପ ସଭାନେତ୍ରୀ ରାଜ କୁମାରୀ ନାଏକ, ଜିଲ୍ଲା ସଂଗଠନ ସମ୍ପାଦକ ଅଚ୍ୟୁତାନନ୍ଦ ନାଏକ, ସଂଯୋଜକ ହୃଷୀକେଶ ବାଗ, ଉପଦେଷ୍ଟା କବିରାଜ ଦୁର୍ଗା , କ୍ଷେତ୍ର ମୋହନ ମାଝୀ, ଏବିଇଓ ଆରୂପାନନ୍ଦ ଭୋଇ ,ଶିବ ଚରଣ ସାମଲ, ମୂଖ୍ୟକିରାଣୀ ବିହାରୀ ମହାନନ୍ଦ ପ୍ରମୁଖ ବିଦାୟୀ ବିଇଓ ଶ୍ରୀ ପୁରୋହିତ ଙ୍କୁ ସ୍ମୃତି ଉପହାର ପ୍ରଦାନ କରିବା ସହ ସମ୍ବର୍ଦ୍ଧିତ କରିଥିଲେ । ଶ୍ରୀ ପୁରୋହିତ ଧର୍ମଗଡ ବିଇଓ ଭାବେ ତାଙ୍କ ସ୍ୱଳ୍ପ ରହଣୀ କାଳରେ ଶିକ୍ଷକ ମହଲ ରେ ଆଦରଣୀୟ ହେବା ସହ ନିଜ କାର୍ଯ୍ୟ ଦକ୍ଷତା ଯୋଗୁ ସମସ୍ତ ଙ୍କ ପ୍ରିୟ ଭାଜନ ହୋଇଥିଲେ । ତାଙ୍କର ଅବସର ଜୀବନ ସୁଖମୟ ହେଉ ବୋଲି ଏହି ଅବସର ରେ କାମନା କରାଯାଇ ଥିଲା ।ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ