- ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାରେ କୋବିଡ଼ -୧୯ ଜନିତ ମୃତ୍ୟୁ ବ୍ୟକ୍ତିଙ୍କ ନିକଟତମ ସମ୍ପର୍କୀୟ ଙ୍କୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯାଇଛି। ନବରଙ୍ଗପୁର ଜିଲ୍ଲା ଆରକ୍ଷୀ ବିଭାଗରେ କାର୍ଯ୍ୟରତ ଦୁଇ କୋଭିଡ଼ ଯୋଦ୍ଧା ରାମଚନ୍ଦ୍ର ଅଗସ୍ତି ଏବଂ କୈଳାସ ଚନ୍ଦ୍ର ବେହେରା, ଯେଉଁମାନେ କାର୍ଯ୍ୟରତ ସମୟରେ କରୋନା ଦ୍ୱାରା ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ସମୟରେ ମୃତ୍ୟୁ ବରଣ କରିଥିଲେ, ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ସେମାନଙ୍କ ପରିବାରର ନିକଟତମ ସମ୍ପର୍କୀୟ ଙ୍କୁ ପଚାଶ ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ଆର୍ଥିକ ସାହାଯ୍ୟ ନବରଙ୍ଗପୁର ଜିଲ୍ଲାପାଳଙ୍କ ଦ୍ୱାରା ପ୍ରଦାନ
- କରାଯାଇଛି। ବର୍ତ୍ତମାନ ସୁଦ୍ଧା ଏଯାବତ ନବରଙ୍ଗପୁର ଜିଲ୍ଲାରେ ୧୪୫ ଜଣ କୋବିଡ଼-୧୯ ରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ନିକଟତମ ସମ୍ପର୍କୀୟ ଙ୍କୁ ପଚାଶ ହଜାର ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯାଇଛି। ସେହିପରି, ନବରଙ୍ଗପୁର ଜିଲ୍ଲାରେ କୋଭିଡ଼-୧୯ ରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ନିକଟତମ ସମ୍ପର୍କୀୟ ମାନେ ଆବଶ୍ୟକୀୟ କାଗଜାତ online caps odisha gov in portal ରେ କିମ୍ବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜିଲ୍ଲା ଜରୁରୀକାଳୀନ ଉପ ବିଭାଗ ରେ ଦାଖଲ କରି ସରକାରଙ୍କ ଏହି ଯୋଜନାରେ ଉପକୃତ ହେବାପାଇଁ ଜିଲ୍ଲାପାଳ ଡ଼ଃ କମଳ ଲୋଚନ ମିଶ୍ର ଅନୁରୋଧ କରିଛନ୍ତି।
- ସେହିପରି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଉମରକୋଟ ଗ୍ରାମର ବିଶ୍ୱନାଥ ସରକାର, ପିତା ହରି ସରକାର ବୟସ ୫୮ , ରାଇଘର ବ୍ଲକର ସରଗୁଳି ଗ୍ରାମର କୁନ୍ତଳା କୁମାରୀ ସାମନ୍ତରାୟ, ସ୍ୱାମୀ ସଂଜୀତ, ବୟସ ୬୨, ଏବଂ ଚନ୍ଦାହାଣ୍ଡି ବ୍ଲକ ଧଡିପାଣି ଗ୍ରାମର ସୁଖେସିନି ପଣ୍ଡା, ସ୍ୱାମୀ ମନବୋଧ ନାଗେଶ ବୟସ ୭୫ କୋଭିଡ଼ ରେ ମୃତ୍ୟୁ ବରଣ କରିଥିଲେ ମଧ୍ୟ ତାଙ୍କର ନିକଟତମ ସମ୍ପର୍କୀୟ ବର୍ତ୍ତମାନ ସୁଦ୍ଧା ସରକାରଙ୍କ ଏହି ଯୋଜନା ର ଲାଭ ପାଇବା ପାଇଁ କୌଣସି ଆବେଦନ କରିନାହାନ୍ତି। ଯଦି କୌଣସି ସ୍ଵହୃଦୟ ବ୍ୟକ୍ତି ତାଙ୍କର ନିକଟତମ ସମ୍ପର୍କୀୟ ଙ୍କ ଠିକଣା ପାଇଲେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର ଜରୁରୀକାଳୀନ ଉପ ବିଭାଗ କୁ ଅବଗତ କରାଇବା ନିମନ୍ତେ ଜିଲ୍ଲାପାଳ ଡ଼ଃ ମିଶ୍ର ଅନୁରୋଧ କରିଛନ୍ତି।ମଧୁସୂଦନ ସାହୁ ନବରଙ୍ଗପୁର
previous post