- ନର୍ଲ। -ଯୋଡ଼ାବନ୍ଧ ଗ୍ରାମର ଦେଶରାଜ ଗଡ଼ତିଆ ମ.ରାମପୁର ବ୍ଲକ ଅନ୍ତର୍ଗତ ବାରବନ୍ଧା ଗ୍ରାମ ପଞ୍ଚାୟତର ବିମଳା ପଦର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଚାକିରୀ ସୁଚାରୁ ରୂପେ ତୁଳାଇ ତା – ୩୧ – ୧୨ – ୨୦୨୧ ଦିନ ଅବସର ଗ୍ରହଣ କଲେ । ଏହି ଅବସରରେ ଯୋଡାବନ୍ଧ ଗ୍ରାମର ଯୁବ ଶାଶ୍ୱତ ସେବା (YES CLUB ) ତରଫରୁ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ଆୟୋଜନ କରାଯାଇ ଶ୍ରୀ ଗଡତିଆଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉକ୍ତ ଉତ୍ସବରେ ସଭାର ସଭାପତି ଭାବେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ, ବରିଷ୍ଠ କବି ଓ ଲେଖକ ଶ୍ରୀ ପୁରୁଷୋତ୍ତମ ପଧାନ, ମୁଖ୍ୟ ଅତିଥି ଭାବେ ବିଜୁ ଜନତା ଦଳର ବ୍ଲକ ସଭାପତି ତଥା ଜ୍ୟୋତିଷ ବିଶାରଦ ପରେଶ କୁମାର ପଧାନ , ମୁଖ୍ୟ ବକ୍ତା ଭାବେ କନ୍ଧ ସଂସ୍କୃତିର ଗବେଷକ ଶ୍ରୀ ମେଦିନିଧର ଜାନୀ ପ୍ରମୁଖ ଶ୍ରୀ ଗଡ଼ତିଆଙ୍କ କର୍ମମୟ ଜୀବନ ଏବଂ ତାଙ୍କର ଆଦର୍ଶ ଶିକ୍ଷକତା ଉପରେ ମତ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିଥି ଭାବେ ଶ୍ରୀ ଦୟାନିଧି ପଧାନ, ଶିକ୍ଷକ ସାମୁଏଲ ସେନାପତି ଉପସ୍ଥିତି ଥିଲେ । ଯୁବ ଶାଶ୍ୱତ ସେବା କ୍ଲବ ତରଫରୁ ମାନପତ୍ର ,ଉପଢୌକନ ସଭାପତି ଶ୍ରୀ ଜୀନା ମାଝୀ ଯୁଗ୍ମ ସମ୍ପାଦକ କୁଞ୍ଜ ବିହାରୀ ଜାନୀ , ଉମାକାନ୍ତ ଗଡ଼ତିଆ, ପ୍ରେମାନିଧି ଗଡ଼ତିଆ , ଥବିର ଗଡ଼ତିଆ ଓ ଅନେକ ବ୍ଲକ ସଭ୍ୟ ଉପସ୍ଥିତି ରହି ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ମ.ରାମପୁର ବ୍ଲକର ଶିକ୍ଷକ ଗଣ ତଥା ଜାମଗୁଡା କ୍ଲଷ୍ଟର ରାଧୁ ପାତ୍ର, ବାଲବେଡ଼ା ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ତନୁରାମ ହରିଜନ, ଏବିଓ ଜୟସେନ ନିଆଲ,ଶିକ୍ଷକ ରତ୍ନାକର ତାଣ୍ଡି,ପ୍ରସନ୍ନ ମାଝୀ, ଧର୍ମରାଜ୍ ସାହୁ , ଚତୃଭୂଜ ସାହୁ, ମୁଡିଙ୍ଗ ଓ ବାରବନ୍ଧା କ୍ଲଷ୍ଟରର ଅନେକ ଶିକ୍ଷକ ଯୋଗ ଦେଇ ନିଜ ବକ୍ତବ୍ୟମାନ ରଖିଥିଲେ । ଶିକ୍ଷାପ୍ରେମୀ , କବି ଓ ଲେଖକ ଶ୍ରୀ କୁଳମଣି ସାହୁ ମଞ୍ଚ ପରିଚାଳନା ଓ ଶେଷରେ ଶ୍ରୀ ବିକ୍ରମ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ।ରିପୋର୍ଟ ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।