- ମୋହନଗିରୀ :- ସୁଭାଷଚନ୍ଦ୍ର ମନହିରାଙ୍କ ରିପୋର୍ଟ (ମସୀହା) କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ ମୋହନଗିରୀ ଅଧିନସ୍ଥ ତେଜିପଡାର ମାନସ ହୋତାଙ୍କ ଠାରୁ କେହି ଦୃବୁତ୍ତ ମାନେ ହାରାହାରି ୩ଲକ୍ଷ ଟଙ୍କାର ସାମଗ୍ରୀ ଡକାୟତି କରିନେଇଥିବା ଅଭିଯୋଗ ହୋଇଛି। ସୂଚନାରୁ ଜଣାପଡିଛି ଯେ, ମାନସ ହୋତା ମୋହନଗିରୀ ଠାରେ ଏକ କଷ୍ଟମ୍ବର ସାର ଦୋକାନ କରିଛନ୍ତି। ସେ ଦୋକାନ ବନ୍ଦ କରି ଗତ ୨୯ ତାରିଖ ସନ୍ଧ୍ୟା ୬ଘଣ୍ଟା ସମୟରେ ତାଙ୍କ ଗ୍ରାମକୁ ଫେରୁଥିଲେ ଠିକ୍ ଏହି ସମୟରେ ମୁଖାପିନ୍ଧା କେହି ଦୁବୃତ୍ତମାନେ କାଳୀଚାଙ୍ଗୀ ନଦୀ ଟେକରଘାଟ ପୋଲ ନିକଟରେ ମାରଣାସ୍ତ୍ର ଦେଖାଇ ନଗଦ ୩୮ହଜାର ଟଙ୍କା ଦୁଇ ଗୋଟି ଲେପଟର ମୋବାଇଲ ଫୋନ ଓ ମଟରସାଇକଲ ଥିବା ବ୍ଯାଗ ସହ ଡକାୟତି କରିଥିବା ପ୍ରକାଶ କରିଛନ୍ତି। ଏନେଇ ପୁଲିସ ରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ଏହାର ତଦନ୍ତ କରୁନଥିବା ଅଭିଯୋଗ କରିଛନ୍ତି। ତେଣୁ ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ନିବେଦନ କରିଥିବା ଜଣାପଡ଼ିଛି।
previous post
next post