କଟକ ଜିଲ୍ଲା ନିଶ୍ଚନ୍ତ କୋଇଲି
ସ୍ଥାନ ଯେ ନେମାଳ ମଠ
ସତ୍ଯ ଯୁଗ ପୂର୍ବରୁ ଚିତ୍ରୋତ୍ପଳା
କୂଳେ ପଦ୍ମ ବନ ପୀଠ।।
ଗୁପ୍ତ ଗ୍ରନ୍ଥ ମାନ ଏହିଠାରେଟି
କାଳ କାଳ ଧରି ଅଛି
ପଞ୍ଚସଖା ମଧ୍ଯେ ଅଚ୍ୟୁତାଗାଦୀ
ଗୁପ୍ତ ଶୁପ୍ତ ଗଙ୍ଗା ଅଛି। ।
ଅଖଣ୍ଡ ଜଳଇ ଯୁଗ ଯୁଗ ଧରି
କୋଠ ଭୋଗ ହେଉଥାଇ
ଶ୍ରୀକ୍ଷେତ୍ର କାଳିଆ ଏହିଠାରେ ବିଜେ
ଅନ୍ୟଥା କେବେ ନୁହଁଇ।।
ମହାପୁରୁଷ ଯେ ଶୂନ୍ୟ ପୁରୁଷ ସେ
ଶୂନ୍ୟରେ ମାଳିକା ରଚି
ଗୀତରେ ଗୀତରେ ଦୀବ୍ୟ ଜ୍ଞାନ ମାନ
ଏଠାରେ ରହିଛି ଲୁଚି।।
ନିଳାଚଳ ଧାମୁ ପଦ୍ମ ମାଳ ଆସେ
ଏହିଠାରେ ହେଲା ଶେଷ
ନେମାଳ ନାମଟି ସେବେଠୁ ହୁଏ
ବ୍ରହ୍ମା ତପ ଶହେ ବର୍ଷ। ।
ସମୁଦ୍ର ମନ୍ଥନୁ ପଦ୍ମ ବାହାରି
ଗୁପ୍ତ ହେଲା ଏହି ଠାରେ
ପଦ୍ମ ପିଠୁ ଋଷି ଆଶ୍ରୟ ନିଅନ୍ତି
ବୃନ୍ଦାବନୁ ଏହିଠାରେ। ।
ପନ୍ଦର ଶହରୁ ସନ୍ଥ ଅଚ୍ୟୁତ
ମାଘ ଶୁକ୍ଳ ଏକାଦଶୀ
ଭୂପୃଷ୍ଠ ମଣ୍ଡନ ମହାପୁରୁଷ
ଯୋଗ ସାଧନ୍ତି ବସି।।
ଜ୍ୟୋଷ୍ଠ ପୂର୍ଣ୍ଣିମାରେ ନେମାଳ ପିଠେ
ସମାଧି ଗ୍ରହଣ କଲେ
ବୈକୁଣ୍ଠ ଅଟଇ ପଦ୍ମ ବନ ଯେ
ବଟକୁ ଦର୍ଶନ କଲେ।।
ମୁଣ୍ଡରେ ଅନନ୍ତ ଜଗି ଅଛନ୍ତି
ସପ୍ତଫେଣି ଆଖି ଖୋଲି
ଚୋଉଦ ଆଖି ଚୋଉଦ ଭୂବନ
ମାଳିକା ଜଣାଏ ବୋଲି। ।
ନେମାଳ ମଠେ ଅଖଣ୍ଡ କେବେହେଁ
ବାତ୍ୟା ଝଡେ ଲିଭେ ନାହିଁ
ଜ୍ୟୋଷ୍ଠ ପୂର୍ଣ୍ଣିମାରେ ସାଧୁସନ୍ଥ ମେଳି
ଭେଦ ଭାବ କିଛି ନାହିଁ। ।
ବଟମୂଳେ ସମାଧି ବିରାଜି ଛନ୍ତି
ଜଗନ୍ନାଥ ପରି ବେଶ
ବରଓହଳ ସମାଧି ଛୁଇଁଲେ
କଳି ଯୁଗ ହେବ ଶେଷ।।
————–IIIIIIIIII—————