- ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଡୁମେରବାହାଲ ଗ୍ରାମର ଝାଙ୍କରପଡା ମଝିରାସ୍ତାରେ ଦିର୍ଘବର୍ଷ ହେଲା ଗନ୍ଧଯୁକ୍ତ ମଇଲା ପାଣି ଜମହିଛି। ଏହି ମଇଲା ଯୁକ୍ତ ପାଣି ବର୍ଷ ବର୍ଷ ହେଲା ଜମିରହିବା ଫଳରେ ଅତ୍ୟଧିକ ଦୁର୍ଗନ୍ଧ ହେଉଥିବା ପଡାବାସୀ ଅଭିଯୋଗ କରିଛନ୍ତି । ସୂଚନା ଥାଉକି ରାସ୍ତା ପାଖକୁ ଲାଗି ଏକ ନଳକୂପ ଅଛି । ଏହି ନଳକୂପରୁ ପଡାବାସୀ ପାଣି ବ୍ୟବହାର କରୁଛନ୍ତି । ବଳକା ପାଣି ତଳେ ବୋହିଯାଇ ରାସ୍ତାମଝିରେ ଜମିରହିଛି । କାରଣ ବଳକା ପାଣି ନିର୍ଗତ ହେବା ପାଇଁ କୌଣସି ରାସ୍ତାନଥିବାରୁ ଏପରି ଅବ୍ୟବବସ୍ଥା ହେଉଛି । ୨ ପଟରେ ଲୋକମାନଙ୍କ ଘର ରହିଛି । ଯାହାଫଳରେ ପାଣି କୁ ଅନ୍ୟତ୍ର ବାହାର କରି ବ୍ୟବସ୍ଥା ନଥିବାରୁ ଏପରି ଅବ୍ୟବସ୍ଥା ଦେଖିବାକୁ ମିଳିଛି । ଗ୍ରାମ ପଂଚାୟତ ତରଫରୁ ରାସ୍ତା କୁ ଉଚ୍ଚ କରିବା ସହିତ ରାସ୍ତାର ସାଇଟ କଡରେ ଡ୍ରେନ୍ ବ୍ୟବସ୍ଥା କରି ନଳକୂପରୁ ବାହାରିପଡ଼ୁଥିବା ବଳକା ପାଣିକୁ ଅନତ୍ର ପକାଇଲେ ଏପରି ଅବ୍ୟବସ୍ଥା ହୁଅନ୍ତା ନାହିଁ ବୋଲି ପଡାବାସୀ ଅଭିଯୋଗ କରିଛନ୍ତି । ଏବିଷୟରେ ବରଗାଁ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ କ୍ଷେମରାଜ ସାହୁ ଙ୍କୁ ଯୋଗାଯୋଗ କରାଯିବାରୁ ଗ୍ରାମବାସୀ ଙ୍କ ସହିତ ଯୋଗାଯୋଗ କରି ତୁରନ୍ତ ସମାଧାନର ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ
previous post
next post