*ଅପେକ୍ଷା*
ଚାହିଁଛି ସାଗର..
କାହିଁ କେତେଦୂରେ
ପୂର୍ଣ୍ଣଗର୍ଭା ନଈ.. .
ଏଇଯେ ମିଳନ ବେଳା
ଉଛୁର ହେଲାଣି..
ପାହାନ୍ତି ତାରା ଖରା
ଛାତିରେ ହଜି ଗଲାଣି..
ବାସର ଦୀପ ସଳିତା
କେତେବେଳୁ ପୋଡି
କଳା ପଡି ଗଲାଣି.
ଅପେକ୍ଷା ର ବି ଗୋଟେ
ସୀମା ଥାଏ.. !
ନଈ ଟା ବି ଭାରି ଫାଜିଲ
ନିଆଁ ରେ ଘିଅ ଢାଳେ..
କିଛି କ୍ଷଣ ର ଅପେକ୍ଷା..
ଶୋଇ ଯିବ ସହର
ଜ୍ୟୋସ୍ନା ଭିଜା ରାତି,
ରଜନୀଗନ୍ଧା ର ବାସ୍ନା ରେ
ମତୁଆଲା ପବନ
ସବୁ ଫେରି ଯିବେ
ଲମ୍ବା ଲମ୍ବା ତତଲା ନିଶ୍ୱାସ
ଥଣ୍ଡା ପଡିବା ଆଗରୁ..
ଖରା ରେ ସବୁ ପାଣି
ଶୁଖିଯିବା ଆଗରୁ.
ନଈ କୁ ସାଗର ରେ
ମିଶିବାକୁ ହେବ..
ପ୍ରଣୟ ର ଦସ୍ତକ ନେଇ !