ରାଉରକେଲା/ ଜଗନ୍ନାଥସେନା ଓ ଅଙ୍କୁର ପରିବାର ତରଫରୁ ଆମକୋ ସିମକୋ ଘଟଣାରେ ସହିଦ ହୋଇଥିବା ପରିବାର ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମର ସଭାପତି କବି ଅଭିରାମ ପ୍ରଧାନଙ୍କ ସଭାପତିତ୍ବ ଓ ସଂପାଦକ ମୁକ୍ତିକାନ୍ତ ବିଶ୍ବାଳଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ ମୁଖ୍ୟ ଅତିଥି ଓ ସମାଜସେବୀ ରାମଚନ୍ଦ୍ର ନାୟକ,ହକି ଖେଳାଳୀ ଶ୍ରୀମତି ସୋରେନ, ବେଦବ୍ୟାସ ସଂସ୍କୃତ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡଃ ଉମାକାନ୍ତ ପଣ୍ଡା, ଜିଲ୍ଲା କ୍ରୀଡାଧିକାରୀ ଅଭୟ ପଟ୍ଟନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସହିଦ ପରିବାରଙ୍କୁ ଉପଢୌକନ ଓ ପୁଷ୍ପଗୁଛ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସହିଦଙ୍କ ଅବଦାନକୁ ମନେପକାଇ ଅତିଥିମାନେ କହିଲେ ଯେ ସ୍ବାଧୀନତା ସଂଗ୍ରାମବେଳେ ତତ୍କାଳୀନ ବ୍ରିଟିଶ ରାଜ ବିରୁଦ୍ଧରେ ସ୍ବର ଉତ୍ତୋଳନ କରି ସହିଦ ହୋଇଥିବା ପ୍ରତ୍ୟେକ ବ୍ୟକ୍ତି ଆମପାଇଁ ଚିର ନମସ୍ୟ। ଏହାସହ ସେଠାରେ ଥିବା ସହିଦ ସ୍ତମ୍ଭ ଠାରେ ପୁଷ୍ପମାଲ୍ଯ ଅର୍ପଣ କରିଥିଲେ । ପରେ ସେକ୍ଟର୨ ଦୁର୍ଗାପୂଜା ପଡିଆ ଠାରେ ଦେଶାତ୍ମବୋଧ ସଂଗୀତ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସଡକ ଓ ଗୃହନିର୍ମାଣ ମୁଖ୍ୟଯନ୍ତ୍ରୀ ମନୋଜ ମହାନନ୍ଦ ଓ ଶିକ୍ଷାବିତ ରାମାକାନ୍ତ ମଲ୍ଲିକ ଅତିଥି ଭାବେ ଯୋଗଦେଇ ସହରର କିଛି ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରି ଅନୁଷ୍ଠାନର କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଉଭୟ ଅନୁଷ୍ଠାନର କର୍ମକର୍ତ୍ତାମାନେ ସହଯୋଗ କରିଥିଲେ ।
ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ