ପରଜଙ୍ଗ:୧୯-୦୮-୨୦୨୨ ଆଜି “ଯୁବଶକ୍ତି” ସମର୍ପିତ ଓଡିଶା ପକ୍ଷରୁ ବାରିହାପୁର ଉପ୍ରା ବିଦ୍ୟାଳୟ ଠାରେ ଯୁବଶକ୍ତି ର ଅଧ୍ୟକ୍ଷ ହିମାଂଶୁ ଭୂଷଣ ବାରିକ ଙ୍କ ନେତୃତ୍ୱରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ରେ ୫୪ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା, ଆଜିର ଏହି ରକ୍ତଦାନ ଶିବିର ରେ ଢେଙ୍କାନାଳ ଜିଲ୍ଲାର ଲୋକପ୍ରିୟ ଯୁବନେତା ଅଜିତ କୁମାର ସାହୁ (ମଣ୍ଟୁ ଭାଇ) ଶୁଭାରମ୍ଭ କରିଥିବା ବେଳେ ଆଜିର କାର୍ଯ୍ୟକ୍ରମ ର ମୁଖ୍ୟ ଅତିଥି ପରଜଙ୍ଗ ବିଧାୟକ ଡାକ୍ତର ନୃସିଂହ ଚରଣ ସାହୁ ଯୋଗଦାନ ଦେଇ କହିଥିଲେ ରକ୍ତଦାନ ମହାପୁଣ୍ୟ ,ଆମେ ସମସ୍ତେ ରକ୍ତଦାନ କରିବା ନିହାତି ଆବଶ୍ୟକ ।ଏହା ଦ୍ୱାରା ଆମେ ସୁସ୍ଥ ଆଉ ସୁରକ୍ଷିତ ରେ ରହିବା ସହିତ ଅନ୍ୟ ମାନଙ୍କର ଜୀବନ ବଞ୍ଚାଇ ଥାନ୍ତି ଏଣୁ ସମସ୍ତ ଯୁବ ବର୍ଗ ରକ୍ତଦାନ କରିବା ପାଇଁ ଆଗେଇ ଆସନ୍ତୁ କହି ନିଜର ବକ୍ତବ୍ୟ ରଖିଥିଲେ, ଆଜିର ଏହି କାର୍ଯ୍ୟକ୍ରମ ରେ ପରଜଙ୍ଗ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅକ୍ଷୟ କୁମାର ବେହେରା, ବିଜେଡି ଜିଲ୍ଲା ସମ୍ପାଦକ ଭୂପେଶ ପ୍ରଧାନ, ପରଜଙ୍ଗ ଥାନା ଏ.ଏସ.ଆଇ ଶକ୍ତି ପ୍ରସାଦ ସାହୁ, ସମାଜସେବୀ ସୁରେଶ ସାହୁ, ତ୍ରିନାଥ ସାହୁ, ସବ୍ୟସାଚୀ ସାହୁ, ଗଣମାଧ୍ୟମ ପ୍ରତିନିଧି ରୂପକ ରଞ୍ଜନ ସାହୁ, ନିର୍ମଳ ଗଡନାୟକ, ସୁବଳ ରାଉତ, ବାପି ଭୋକ୍ତା, ଦିତ୍ତିକୃଷ୍ଣ ନାୟକ, ସୁଜିତ ଦଳବେହେରା,ପ୍ରଶାନ୍ତ କୁମାର ସାହୁ, ଯୁବଶକ୍ତି ର ସଦସ୍ୟ ପ୍ରିୟବ୍ରତ ସାହୁ, ଲିଟୁ ସାହୁ, ରାଜେଶ ବିଶ୍ୱାଳ, ସଚିନ ସାହୁ, ସିତଲ ପ୍ରଧାନ,ରାଜେଶ ସାହୁ,ନରେନ୍ଦ୍ର ବିଶ୍ୱାଳ,ଶିବ ପ୍ରସାଦ ସାହୁ, ସତ୍ୟଜିତ ନାୟକ,ଆକାଶ ସାହୁ,ପିଣ୍ଟୁ ସାହୁ, ବାନା ପ୍ରଧାନ, ରାକେଶ ପ୍ରଧାନ, ସୁଜ୍ଞାନୀ ପ୍ରଧାନ, କାଳିଆ ସାହୁ ପ୍ରମୁଖ ସାମିଲ ଥିଲେ ।
ଢ଼େଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍