-
ଟିଟିଲାଗଡ଼ କୁ ହରାଇ ନୂଆପଡ଼ା ଚମ୍ପିୟାନ
ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତଗଣ୍ଡାବାହାଲି ହାଇସ୍କୁଲଖେଳପଡ଼ିଆଠାରେ ଅନୁଷ୍ଠିତ ୱାଇସିସି କ୍ରିକେଟ ଟୁର୍ଣ୍ଣାମେଣ୍ଟ ରବିବାର ଉଦଯାପିତ ହୋଇଯାଇଛି। ଟିଟିଲାଗଡ଼ ଦଳ କୁ ହରାଇ ନୂଆପଡ଼ା ଚମ୍ପିୟାନ ହୋଇଥିବା ଜଣାପଡିଛି। ଏହି ଅବସରରେ ଆୟୋଜିତ ଉଦଯାପନୀ ସମାରୋହରେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବରେ ପବନ ଶର୍ମା, ଉଜ୍ଜଳ ଗୁପ୍ତା, ଦିବାକର ଖମାରୀ, ରୋହିତ ଦାସ,କୌଶଲ୍ୟା ମେହେର, ବୈକୁଣ୍ଠ ତାଣ୍ଡି, ଆନନ୍ଦ ମେହେର ,ପିଇଓ ସୁଶାନ୍ତ ବେହେରା, ତ୍ରିନାଥ ମେହେର, ଗଙ୍ଗରାମ ମେହେର,ୱାସିସି ସଭାପତି ଡୋଲେଶ୍ୱର ମେହେର ,ସମ୍ପାଦକ ଗୁପ୍ତେଶ୍ଵର ପ୍ରମୁଖ ଉପସ୍ଥିତ ଥିଲେ। ଉକ୍ତ ଉଦଯାପାନୀ ମ୍ୟାଚ ଟିଟିଲାଗଡ଼ ଦଳ ଓ ନୂଆପଡା ଦଳମଧ୍ୟରେ ଅନୁଷ୍ଠିତ ହୋଇଥିଲା ।ପ୍ରଥମେ ନୂଆପଡା ଦଳ ଟସ ଜିଣି ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ ୧୨ ଓଭରରେ ୮ ବିକେଟ ହରାଇ ୧୩୫ ରନ୍ ସଂଗ୍ରହ କରିଥିବା ଜବାବରେ ଟିଟିଲାଗଡ଼ ଦଳ ୧୧.୨ ଓଭରରେ ସମସ୍ତ ବିକେଟ ହରାଇ ୧୧୬ ରନ୍ ସଂଗ୍ରହ କରି ପରାଜୟ ହୋଇଥିଲା । ଫଳରେନୂଆପଡା ଦଳବିଜୟଲାଭକରିଚମ୍ପିୟାନହୋଇଥିଲା। ମେନ୍ ଅଫ୍ ଦ ମ୍ୟାଚ ଓ ବେଷ୍ଟ ଫିଲ୍ଡର ଭାବେ ନୂଆପଡା ଦଳର ନିତ୍ୟା , ବେଷ୍ଟ ବିକେଟ କିପର ଟିଟିଲାଗଡ଼ ଦଳର ଦେବରାଜ, ବେଷ୍ଟ ବୋଲର ଭାବେ ରାଜା ଙ୍କୁ ପ୍ରଦାନ କରାଯାଇଥିବା ବେଳେ ନୂଆପଡା ଦଳର ଆଶିଷ ଙ୍କୁ ବେଷ୍ଟ ବ୍ୟାଟ୍ସମେନ, ବେଷ୍ଟ ସିକ୍ସର ତଥା ମ୍ୟାନ ଅଫ ଦ ସିରିଜ ଭାବେ ଘୋଷଣା କରି ଟ୍ରଫି ପ୍ରଦାନ କରାଯାଇଥିଲା। ଉଦଯାପନୀ ଖେଳ ପରିଚାଳନା ଦାୟୀତ୍ୱ ଭୀଷ୍ମନାରାଣ ମେହେର ଓ ହେମନ୍ତ ମେହେର ତୁଲାଇ ଥିବାବେଲେ ସ୍କୋରର ଭାବରେ ଡିଜିଟାଲ ସ୍କୋରଦାୟିତ୍ଵରେନିତେଶମେହେର ,ଡିସମ୍ବର ମେହେର ଓ ଉଦଘୋଷକ ଭାବରେ ରୀଙ୍କୁ ଖମାରୀ,ଥବିର ଦୀପ, ବିଜୁ ସେଠୀ ପ୍ରମୁଖ ଖେଳର ଧାରା ବିବରଣୀ ପ୍ରଦାନ ଦାୟିତ୍ଵ ତୁଲାଇଥିଲେ । ଏହି ଟୁର୍ଣ୍ଣାମେଣ୍ଟ ରେ ମୋଟ ଆଠ ଗୋଟି ଟିମ ଭାଗ ନେଇଥିବା ବେଳେ ଗତ ୨୪ ତାରିଖ ଦିନ ଆରମ୍ଭ ହୋଇ ଦୀର୍ଘ ସାତ ଦିନଧରି ଆୟୋଜିତ ହୋଇଥିଲା। ଏହି ଟୁର୍ଣ୍ଣାମେଣ୍ଟ ଅଞ୍ଚଳର ଏକ ଗୁରୁତ୍ୱପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ହୋଇଥିବାରୁ ପ୍ରତ୍ୟହ ଅଞ୍ଚଳର ହଜାର ହଜାର ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା। ଲୋକଙ୍କ ଖେଳ ପ୍ରତି ଆଗ୍ରହକୁ ନେଇ ଉଦଯାପନୀ ସମାରୋହରେ ଓଲିଉଡ ଅଭିନେତ୍ରୀ ସେଫାଳି ବର୍ମା ଯୋଗଦାନ କରି ଦର୍ଶକଙ୍କ ମାନମୋହିଥିବା ଦେଖିବାକୁ ମିଳିଥିଲା। ଚମ୍ପିୟାନ ନୂଆପଡା ଦଳକୁ ଟ୍ରଫି ସହ ନଗଦ ୩୫ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରିଥିବା ବେଳେ ରନର୍ସ ଅଫ ଟିଟିଲାଗଡ଼ ଦଳକୁ ଟ୍ରଫି ସହ ୨୦ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ନୂଆପଡା ରୁ ସୁଜିତ କୁମାର ପ୍ରଧାନଙ୍କ ରିପୋର୍ଟ