ତେନ୍ତୁଳିଖୁଣ୍ଟି 21/08/22 ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଇନ୍ଦ୍ରାବତୀ ଜଳ ସେଚନ ପ୍ରକଳ୍ପ କର୍ତ୍ତୃପକ୍ଷ 23 ଅଗଷ୍ଟ ରେ ମୁରାନ ବନ୍ଧ ର ଫାଟକ ଖୋଲିବା ନେଇ ନିଷ୍ପତ୍ତି ନେଇଛନ୍ତି। ଏ ସଂକ୍ରାନ୍ତରେ କୋରାପୁଟ ଜିଲ୍ଲାପାଳ ,ନବରଙ୍ଗପୁର ଜିଲ୍ଲାପାଳ ଙ୍କୁ ଅବଗତ କରାଇଛନ୍ତି। ଆସନ୍ତା କାଲି ତଳମୁଣ୍ଡ ବାସୀ ଙ୍କୁ ନଦୀ ବ୍ୟବହାରକାରୀ ଚାଷୀ ଗୋପାଳକ ଙ୍କୁ ସଚେତନ କରିବାକୁ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ପ୍ରଚାର କରାଯିବାକୁ ନିଷ୍ପତ୍ତି ନେଇଛନ୍ତି୍ପ୍ରକଳ୍ପ କର୍ତ୍ତୃପକ୍ଷ। ଆଜି ବିଦ୍ୟୁତ ଉତ୍ପାଦନ କରାଯାଇ ନଥିବା ବେଳେ ସନ୍ଧ୍ୟା 6 ସୁଦ୍ଧା ଜଳଭଣ୍ଡାର ଜଳସ୍ତର 639.67 ରହିଛି। ବର୍ତ୍ତମାନ ପ୍ରତି ସେକେଣ୍ଡ ରେ 416.72 ଘନମିଟର ଜଳ ପ୍ରବେଶ ମାରୁଛି।3.61 ଘନମିଟର ଜଳ ପ୍ରତି ସେକେଣ୍ଡ ରେ ବାଷ୍ପ ହେଉଛି।କର୍ଭ ରୂଲ ଅନୁସାରେ ଇନ୍ଦ୍ରାବତୀ ଜଳଭଣ୍ଡାର ର ଜଳ ସ୍ତର ଅଗଷ୍ଟ ମାସର ଲକ୍ଷ୍ୟ 638 ମିଟର ଠାରୁ ଅତିକ୍ରମ କରି ସାରିଲାଣି। ସେପ୍ଟେମ୍ବର ମାସ ଲକ୍ଷ୍ୟ 640 ମିଟର ପାଖକୁ ଗଲାଣି। ଜଳଭଣ୍ଡାର ମଧ୍ୟକୁ ଜଳ ପ୍ରବେଶ ହାର ବର୍ଷା ର ପରିମାଣ କମ ସତ୍ତ୍ୱେ ଜାରି ରହିଥିବାରୁ 23 ତାରିଖ ଦିନ ମୁରାନ ବନ୍ଧ ର ଗୋଟିଏ ଫାଟକ ଖୋଲାଯିବ ବୋଲି ପ୍ରକଳ୍ପ ସହକାରୀ ମୁଖ୍ୟ ଯନ୍ତ୍ରୀ କହିଛନ୍ତି। ଦେଓପାଲି ବନ୍ଧ ଫାଟକ ମରାମତି ଜାରି ରହିଥିବାରୁ ମୁରାନ ବନ୍ଧ ଫାଟକ ଖୋଲାଯିବ।
ଗୋବର୍ଦ୍ଧନ ସାହୁ,ତେନ୍ତୁଳିଖୁଣ୍ଟି