- ନୂଆପଡ଼ା – ନୂଆପଡା ଜ଼ିଲ୍ଲା ଆଦିବାସୀ ସଂଘ ପକ୍ଷରୁ ଆଜି ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ରେ ଆଦିବାସୀମାନଙ୍କୁ ଅଣଦେଖା କରାଯିବା ପ୍ରତିବାଦ ରେ ଆଜି ଜ଼ିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା, ପ୍ରଥମେ ନୂଆପଡା ପୋଲିସ ପଡିଆ ଠାରେ ସହ ସହ ଆଦିବାସୀ ଏକ ହୋଇ ପାରମ୍ପରିକ ଅସ୍ତ୍ର ଶସ୍ତ୍ର ରେ ସଜ୍ଜିତ ହୋଇ ଏକ ବିଶାଳ ରେଲି କରି ଜ଼ିଲ୍ଲାପାଳ କାର୍ଯ୍ୟାଳୟ ଠାରେ ପହଂଚି ଥିଲେ, ଜ଼ିଲ୍ଲା ପାଳ କାର୍ଯ୍ୟାଳୟ ଠାରେ ପହଂଚିବା ପରେ ଆଦିବାସୀମାନେ ସେଠାରେ ମୁତୟନ ଥିବା ପୋଲିସ ସହିତ ଧସ୍ତାଧସ୍ତି ହୋଇ ଗେଟ ଚଢି ଜ଼ିଲ୍ଲାପାଳ କାର୍ଯ୍ୟାଳୟ ପଶିବାକୁ ଚେଷ୍ଟା କରିଥିଲେ, ପରେ ଜ଼ିଲ୍ଲା ଆଦିବାସୀ ସଭାପତି ଖାମସିଂ.ମାଝୀ ଙ୍କ ସଭାପତିତ୍ୟରେ ସେମାନେ ଏକ ପ୍ରତିବାଦ ସଭା କରିଥିଲେ ସେମାନେ ନବୀନ ପଟନାୟକ ମୁର୍ଦାବାଦ ସ୍ଲୋଗାନ ଦେବାସହ ଆଦିବାସୀ ମାନଙ୍କୁ ସମ୍ବିଧାନ ଅନୁସାରେ ସେମାନଂକୁ ସରକ୍ଷଣ ଦେବାକୁ ଦାବିକରିଥିଲେ, ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସମିତି ସମ୍ପାଦକ ବାଲକୃଷ ଶବର କହିଥିଲେ ଯଦି ପଂଚାୟତ ନିର୍ବାଚନରେ ଆଦିବାସୀ ମାନଙ୍କୁ ଠିକ ଭାବରେ ସଂରକ୍ଷଣ ଦିଆନଗଲେ ଆଗାମୀ ପଂଚାୟତରେ ଆଦିବାସୀ ମାନେ ବିଜେଡି କୁ ବିରୋଧ କରିବା ସହ ବିଜେଡି ଟିକେଟରେ ନିର୍ବାଚନ ଲଡ଼ିବେ ନାହିଁ ବୋଲି କହିଥିଲେ ପରେ ନବୀନ ପଟନାୟକ ଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା, ଶହଶହ ସଂଖ୍ୟାରେ ଆଦିବାସୀ ମହିଳା ପୁରୁଷ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ।ନୂଆପଡା ରୁ ସୁଜିତ କୁମାର ପ୍ରଧାନଙ୍କ ରିପୋର୍ଟ
previous post
next post