ଶୀତ ! ତମେ ଆସିଗଲ
ତୋଫା ଜହ୍ନ
ଜ୍ୟୋଚ୍ଛନାରେ ଆଉ
ଧସେଇ ପଶିଲ, ମୋ
ସହରର ଗଳିରେ
ଗଳିରେ |କାଲୁଆ
ପବନେ ଥରି ଥରି
ହୃଦୟରେ କମ୍ପନ ଭରି
ଅସିଗଲ ତମେ
ସଫେଦ କୁହୁଡିର
ବହଳ ଚାଦରେ ,
କାଚ କେନ୍ଦୁର ଭିଜା ଭିଜା
କାକର ଟୋପାରେ
ଜୁଡୁବୁଡୁ ହୋଇ |
ଆଣି ଅଛ ସାଥେ ତୁମ
ମୁଠା ମୁଠା ସ୍ନେହ,
ଆଉ, ପ୍ରେମର
ବହୁ ଆକାଂକ୍ଷା
ଢାଳିଦିଅ ତାକୁ,
ସବୁରି ହୃଦଅନ୍ତରେ,
ଦେଇ ତୁମ
ଅମୀୟ ବାରତା
ପୁଣି
ପ୍ରତୀକ୍ଷାରତ ଫୁଲଙ୍କର
ପ୍ରତିଟି ପାଖୁଡାରେ
ମହ ମହ ବାସ୍ନାହୋଇ
ଅଜାଡି ଦିଅ
ସବୁତକ
ସ୍ନେହ, ପ୍ରେମ, ପ୍ରୀତି
ରଙ୍ଗ ବେରଙ୍ଗର
ଉଷ୍ମତାର ପୋଷାକ ଦେହେ
ସେହି ବହଳ ଅନ୍ଧାର
ଜାଡୁଆ ରାତ୍ରିର
ଏକ ବିଳମ୍ବିତ ପ୍ରହରେ, ||
- ଶିକ୍ଷୟିତ୍ରୀ
- ଗୁଣପୁର , ଜିଲ୍ଲା -ରାୟଗଡା