ଆର୍ବଜନା ଫିଙ୍ଗା ହେବ କେବେ?
କେସିଙ୍ଗା:କଲାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଉତ୍କେଲା ଆଦର୍ଶ ପଞ୍ଚାୟତ ରାସ୍ତାଘାଟ ର ଅବସ୍ଥା ପରିମଳ ବ୍ୟବସ୍ଥା ଅତି ସାଂଘାତିକ ହୋଇ ପଡି ରହିଛି। ବେହେରାପଡା,ମାଳିପଡା ମଝୀ ରାସ୍ତା ଉପରେ ଅନବରତ ନର୍ଦମା ପାଣି ବୋହୁଥିବା ଓ ଜଗନ୍ନାଥ ପଡା ରାସ୍ତା ଉପରେ ନାଳ ପାଣି ଆସି ବୋହିବା ନେଇ ଗ୍ରାମବାସୀଙ୍କ ଦସ୍ତଖତ ଅଭିଯାନ କରି କେସିଙ୍ଗା ବିଡିଓ ପ୍ରଫୁଲ୍ଲ କୁମାର ଓଡୁ ଙ୍କୁ ଦୃଷ୍ଟି ଆକର୍ଷଣ କରଯାଇଥିଲା। ସେ ନିରିକ୍ଷଣ କରି ଦୁର୍ଗାମଣ୍ଡପ ଓ ଜଗନ୍ନାଥ ପଡା ରାସ୍ତା ପାର୍ଶରେ ପୋତି ହୋଇଥିବା ଡ୍ରେନ ମାନର ଆର୍ବଜନା ମାନ ସଫା କରାଇଥିଲେ।ହେଲେ କୋଡିଏ ଦିନରୁ ଉର୍ଧ ହେଲାଣି ଉକ୍ତ ଆବର୍ଜନା ମାନ ଫିଙ୍ଗା ନଯାଇ ସେମିତି ପଡିରହିଥିବାରୁ ପୁଣି ଥରେ ଡ୍ରେନରେ ପୋତି ହେଉଥିବାର ଦେଖିବାକୁ ମିଳିଛି। ଏତେ ଟଙ୍କା ଖର୍ଚ କରି ସଫା କରାଗଲା ହେଲେ ମଇଳା ନ ଫିଙ୍ଗା ଯିବା ଫଳରେ ରାସ୍ତା ଉପରେ ଗଦା ଗଦା ହୋଇ ପଡିରହିଛି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ଫିଙ୍ଗାଯିବା ବ୍ୟବସ୍ଥା କରିବା ପାଇଁ ସାଧାରଣରେ ଦାବୀ ହେଉଛି।ରିପୋର୍ଟ:ଅର୍ଜୁନ ପୋଡ , ଉତ୍କେଲ।