- ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ବଜାର ଛକଠାରେ ବୋଡେନ ରୁ ଖୋଡୁପାଣି ଭାୟା ବୋଇରଗାଁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ର ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଯାଇଛି ।ଏହି ଯୋଜନା କୁ ଓଡ଼ିଶା ସରକାର ଗ୍ରାମ୍ୟ ଉନ୍ନୟନ ବିଭାଗ ଗୃହ, ଶିଳ୍ପ, ଲଘୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଉଦ୍ୟୋଗ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସ୍ଵ କରକଳମରେ ବୋଡ଼େନ ରୁ ଖଡୁପନି ଭାୟା ବୋଇରଗାଁ ମୁଖ୍ୟ ମନ୍ତ୍ରୀ ସଡକର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ସମ୍ମାନିତ ଅତିଥି ଭାବରେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ , ଲମ୍ବୋଦର ନିଆଲ୍ , ଦିନେଶ ତିୱାରୀ ପ୍ରମୁଖ ଉପସ୍ଥିତ ଥିଲେ,।ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ପୌରହିତ୍ୟ ଭାବରେ ସୁଶାନ୍ତ କୁମାର ପାଣିଗ୍ରାହୀ ଉପସ୍ଥିତ ରହି ରିତିକାନ୍ତିରେ ପୂଜାପାଠ କରିଥିବାବେଳେ, ପୋଲିସ ପ୍ରଶାସନ ବ୍ଲକ ପ୍ରଶାସନ ବିଜୁ ଜନତା ଦଳ ର କର୍ମ କର୍ତା ଏବଂ କଂଗ୍ରେସ ଦଳ ର କର୍ମକର୍ତା ମାନେ ସହଯୋଗ କରିଥିଲେ, ଓଡିଶା ସରକାର ଙ୍କର ବିଭିନ୍ନ ଉନୟ ନ ମୂଳକ କାର୍ଯ୍ୟ ପାଇଁ ସଦା ସର୍ବଦା ଚେଷ୍ଟିତ ରହୁ ଥିବା ୱେବ ମେଡ଼ିଆ ଓ ଇଲେକଟ୍ରୋନିକ୍ସ ମେଡ଼ିଆ ତଥା ପ୍ରିଣ୍ଟ ମେଡ଼ିଆ ପାଇଁ କଣ କଣ ସୁବିଧା କରାଯାଇ ପାରିବ ତାହା ଉପରେ ମନ୍ତ୍ରୀ ଶ୍ରୀଯୁକ୍ତ ଦିବ୍ୟଶଙ୍କର ମିଶ୍ର ବୋଡେନ ବ୍ଲକ ସାମ୍ବାଦିକ ସଙ୍ଘଠନ ର ସାମ୍ବାଦିକ ମାନଙ୍କ ର ପ୍ରଶ୍ନଉତ୍ତର ରେ ସରକାର ଙ୍କର ଦୃଷ୍ଟି ଆକର୍ଷଣ ପୂର୍ବକ ଆଗାମୀ ଦିନରେ ସାମ୍ବାଦିକ ମାନଙ୍କ ସୁବ୍ୟବସ୍ଥା ପାଇଁ ମତବ୍ୟକ୍ତ କରିଥିଲେ । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ
previous post