କୋକସରା, – କୋକସରା ବ୍ଲକ ଡୁଡୁକାଠେଙ୍ଗା ପଞ୍ଚାୟତ ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବା କଳାହାଣ୍ଡି ର ପର୍ଯ୍ୟଟନ ସ୍ଥଳି ଗୁଡାହାଣ୍ଡି ଡୋକାରିଚଞ୍ଚରା ରେ ସୁବର୍ଣ ଜୟନ୍ତି ପାଳନ ଅବସରରେ ଚଳିତ ବର୍ଷ ଠାରୁ ଆଦିବାସୀ ସମ୍ପ୍ରଦାୟର ମଣ୍ଡେଇ ଯାତ୍ରା ଉତ୍ସବ କୋଭିଡ କଟକଣା ମଧ୍ୟରେ ପାଳନ ହୋଇଯାଇଛି । ଗୁଡାହାଣ୍ଡି ଡୋକାରିଚଞ୍ଚରା ଏକ ପର୍ଯ୍ୟଟନ ସ୍ଥଳି ସହ ପୌରାଣିକ କିମ୍ବଦନ୍ତୀ ବହନ କରିଛି । ଏଠାରେ ଶ୍ରୀ ରାମଚନ୍ଦ୍ର ବନବାସ ସମୟରେ କିଛି ମୁହୂର୍ତ୍ତ ଅତିବାହିତ କରିଥିବା ନେଇ ଅନେକ କିମ୍ବଦନ୍ତୀ ରହିଛି । ସେହି ସମୟରେ ଆଦିବାସୀ ସମ୍ପ୍ରଦାୟର ଜନଜାତି ଙ୍କ ସହ କିଛି ସମୟ ଅତିବାହିତ କରିଥିବା ନେଇ ମଧ୍ୟ ଏଠାରେ ଲୋକଶୃତି ରହିଥିବା ସୂଚନା ରହିଛି । ସେହି ପରମ୍ପରା କୁ ନେଇ ଏହି ଅଞ୍ଚଳ ରେ ରହୁଥିବା ଆଦିବାସୀ ଙ୍କ ମଧ୍ୟରେ ଶ୍ରୀ ରାମଚନ୍ଦ୍ର ଙ୍କ ସହ ଏକ ନିବିଡ଼ ଆଧ୍ୟାତ୍ମିକ ପରମ୍ପରା ରହିଛି । ଗୁଡାହାଣ୍ଡି ଡୋକାରିଚଞ୍ଚରା ରେ ଏହି ପରମ୍ପରା କୁ ନେଇ ସୁବର୍ଣ୍ଣ ଜୟନ୍ତି ପାଳନ ଅବସରରେ ଗୁଡାହାଣ୍ଡି ଉନ୍ନୟନ କମିଟି ଓ ସ୍ଥାନୀୟ ଆଦିବାସୀ ଙ୍କ ମିଳିତ ଉଦ୍ୟମରେ ମଣ୍ଡେଇ ଯାତ୍ରା ଆରମ୍ଭ କରାଯାଇଛି । ମା’ ଡୋକରି ଦେବି ହେଉଛନ୍ତି ଏହି ଆଦିବାସୀ ଙ୍କ ଆରାଧ୍ୟ ଦେବୀ ତାଙ୍କ ସୁମରଣା କରି ଏହି ଯାତ୍ରା ର ଆରମ୍ଭ ହୋଇଛି ।
ଏହି ମଣ୍ଡେଇ ଯାତ୍ରା ରେ ଖଳିଗଡ଼, ମହିମା ଘଣ୍ଟିଗୁଡା ଅଞ୍ଚଳ ର ଦେବାଦେବୀ ଙ୍କ ଲାଠି ଡୋକରି ଦେବି ଙ୍କ ପୀଠରେ ପହଞ୍ଚିବା ପରେ ପୁଝାରି ଙ୍କ ଦ୍ୱାରା ଲାଠି ପୂଜନ ସହ ଡୋକାରିଚଞ୍ଚରା ରେ ଦେବାଦେବୀ ଙ୍କ ଲାଠି କୁର୍ସି ପରିକ୍ରମା କରିବା ସହ ଡୋକରି ଦେବି ଙ୍କ ପୀଠ ରେ ପହଞ୍ଚି ରୀତିନୀତି ଅନୁସାରେ ପୁଜାପାଠ କରିବା ପରେ ମଣ୍ଡେଇ ଯାତ୍ରା ର ସମସ୍ତ ବିଧି ସମାପନ କରିଥିଲେ ।
ମଣ୍ଡେଇ ଯାତ୍ରା ଉତ୍ସବ ରେ ମୁଖ୍ୟ ଅତିଥି ରୂପେ ଧର୍ମଗଡ଼ ବିଧାୟକ ମୈାଷଧି ବାଗ ଯୋଗଦେଇ ଡୋକାରିଚଞ୍ଚରା ର ବିକାଶ ପାଇଁ ରାଜ୍ୟ ସରକାର ୫୦ ଲକ୍ଷ ଅନୁଦାନ ଦେଇଥିବା ନେଇ ଘୋଷଣା କରିଥିଲେ । ସେହିପରି ସମ୍ମାନିତ ଅତିଥି ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିସାରି ଆଗାମୀ ଦିନରେ ପର୍ଯ୍ୟଟନ ସ୍ଥଳୀ ର ଭିତ୍ତିଭୂମିର ବିକାଶ ପାଇଁ ୨୦ ଲକ୍ଷ ଅନୁଦାନ ଦେବାପାଇଁ ପ୍ରତିଶୃତି ଦେଇଛନ୍ତି । ଅନ୍ୟତମ ଅତିଥି ଙ୍କ ମଧ୍ୟରେ ଧର୍ମଗଡ଼ ବ୍ଲକ ଅଧ୍ୟକ୍ଷ ବଳରାମ ପୁଝାରି, କୋକସରା ବ୍ଲକ ବିଜେଡି ସଭାପତି ସୁଶାନ୍ତ ବେହେରା, ବିଜେଡି ନେତା ସୀତାରାମ ଅଗ୍ରୱାଲ, ଶିବ ପ୍ରଧାନୀ, ଲାଷ୍ମୀ ନାରାୟଣ ପ୍ରଧାନୀ, ଋତୁରାଜ ମାଝୀ, ଧନଞ୍ଜୟ ବେହେରା, ସୁରେଶ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ରହିଥିବାବେଳେ ଗୁଡାହାଣ୍ଡି ଉନ୍ନୟନ କମିଟି ର ସଭାପତି ଭଡରେଶ୍ୱର ପାତ୍ର, ଉପ ସଭାପତି ଅଇରି ନାସନ ଚିନ୍ଦା, ଘନଶ୍ୟାମ ନାଏକ, ଅଜିତ କୁମାର ପଟ୍ଟନାୟକ, ଚକାଡୋଳା ପାତ୍ର, ମଧୁବନ ପାତ୍ର, ବିରଞ୍ଚି ନାରାୟଣ ପଣ୍ଡା ସମେତ କମିଟି ର କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ।
ଏହି ଅବସରରେ କମିଟି ର କର୍ମକର୍ତ୍ତା ମାନେ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ ଙ୍କ ଉଦ୍ୟମ ରେ ଡୋକାରିଚଞ୍ଚରା ଭିତ୍ତିଭୂମି ର ବିକାଶ ପାଇଁ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା ୨୦୧୬ ରେ ୧ କୋଟି ଅନୁଦାନ ଦେଇଥିଲେ ଯାହାରି ଫଳରେ ଆଜି ଏହି ପର୍ଯ୍ୟଟନ ସ୍ଥଳି ର ବିକାଶ ର ବାଟ ଖୋଲିଛି ବୋଳି ମତ ରଖିଥିଲେ ।