ମ.ରାମପୁର,୨୬/୦୮(ମସୀହା): କଳାହାଣ୍ଡି ଜିଲ୍ଲା ମ. ରାମପୁର ଥାନା ଅଧିନସ୍ଥ ତଥା ରିସିଡ଼ା ଫାଣ୍ଡି ଅନ୍ତର୍ଗତ ସୁନାମୁଖି ଜଙ୍ଗଲ ରେ ଆଜି ଏକ ପୁରୁଷ ବ୍ୟକ୍ତିର ମୁଣ୍ଡ ବିହୀନ ମୃତ ଦେହ ପଡ଼ିଥିବା ଦେଖା ଯାଇଛି l ଘଟଣାଟି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି l ମ.ରାମପୁର – ରିଶିଡା ରାସ୍ତା ଅଲାତରା ନିକଟ ପ୍ରାୟ ଏକ କିଲୋମିଟର ଦୂର ପାଖାପାଖି କପାଟଦ୍ୱାର ଜଙ୍ଗଲ ପାଖରେ ରାସ୍ତା ରୁ ପ୍ରାୟ ୫୦ ମିଟର ଦୂର ଜଙ୍ଗଲରେ କେହି ହତ୍ୟା କରି ଏହି ମୃତ ଦେହକୁ ଫିଙ୍ଗି ଦେଇଛି l ସମ୍ପୂର୍ଣ୍ଣ ଉଲଂଗ୍ନ ଅବସ୍ଥାରେ ମୃତ ଦେହଟି ପଡ଼ିଛି l ଘଟଣାଟି ଗତକାଲି ରାତିରେ ଘଟିଥିବା ଅନୁମାନ କରାଯାଉଛି l କେହି କାହିଁକି ଏହି ହତ୍ୟା କାଣ୍ଡ କରିଛି ସ୍ପଷ୍ଟ୍ ହୋଇ ନାହିଁ କି ମୃତକଙ୍କ ପରିଚୟ ମିଳି ପାରି ନାହିଁ l ଖବର ଲେଖା ହେବା ପର୍ଯ୍ୟନ୍ତ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି l
ମ.ରାମପୁର ପରମାନନ୍ଦ ବିଶି ଙ୍କ ରିପୋର୍ଟ l