କର୍ଲାମୁଣ୍ଡା: ଏହି ବ୍ଲକ୍ ଅନ୍ତର୍ଗତ ତେରେସିଂହା ହାଇସ୍କୁଲର ୨୦୦୬ ମସିହା ଛାତ୍ର ମାନଙ୍କର ଏକ ବନ୍ଧୁ ମିଳନ ଉତ୍ସବ ଉର୍ଲାଦାନୀ ସ୍ଥିତ ସାକୁଶ୍ ବଣରେ ଅନୁଷ୍ଠିତ ହୋଇଯାଇଛି l ବନ୍ଧୁ ମାନଙ୍କୁ ନବ ବର୍ଷ ୨୦୨୨ର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ହାଇ ସ୍କୁଲ ସମୟର ସ୍ମୃତି ଅନୁଭୂତିକୁ ବନ୍ଧୁ ମାନେ ପରି ପ୍ରକାଶ କରିଥିଲେ l ଅନେକ ଛାତ୍ରଙ୍କ ହାଇ ସ୍କୁଲ ପରେ ପରେ ପାଠପଢା ରେ ଶିକୁଳି ପଡ଼ିଥିବା ବେଳେ ଅନେକ ଉଚ୍ଚ ଶିକ୍ଷା ପଢ଼ି ବିଭିନ୍ନ କର୍ମ କ୍ଷେତ୍ରରେ କାର୍ଯ୍ୟରତ ଅଛନ୍ତି l ବନ୍ଧୁ ମାନଙ୍କ ମଧ୍ୟରେ ଆକାଶ କେଡିଆ, ରାମଚନ୍ଦ୍ର ରଣା, ସୁଶାନ୍ତ ରଣା, ମହେଶ୍ୱର ଗହିର, ନୃପରାଜ ରଣା, ସଞ୍ଜୀବ ରଣା, ମୋହନ ଗହିର, ପୁରନ୍ଦର ରଣା, ସତ୍ୟ ସିଂ ବାଗ, ହେମାସାଗର ବାରିକ, ଦେବବ୍ରତ ରଣା, ଲଳିତ ଘିଭେଲା, ରତିକାନ୍ତ ରଣା, କାହ୍ନା ମାଝୀ, ବୁଦ୍ଧଦେବ ରଣା, ଧର୍ମେନ୍ଦ୍ର ରଣା, ରୁଦ୍ରପ୍ରକାଶ ରଣା, ଅମିତ ରଣା, ଭକ୍ତ ରଣା, ମଲ୍ଲ ରଣା, ମହେଶ୍ୱର ରଣା, ଅଲେଖ ରଣା, ବିଜୟ ରଣା, ନାରାୟଣ ରଣା ପ୍ରମୁଖ ଯୋଗଦେଇ ଥିଲେ l ବନ୍ଧୁ ମାନଙ୍କ ମଧ୍ୟରେ କିଏ ଶ୍ରମିକ, କୃଷକ, ଶିକ୍ଷକ, ବ୍ୟବସାୟୀ, ଠିକାଦାର, ଗାୟକ, ବାଦ୍ୟକାର, କବି, ସାମ୍ୱାଦିକ ବନ୍ଧୁ ରହିଥିବାରୁ ପିକନିକ ସ୍ପଟ୍ ରେ ଏକ ନିଆରା ମାହୋଲ ଦେଖିବାକୁ ମିଳିଥିଲା l( କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ )
previous post