ମୋ ଆଖିରେ ଲୁହ ଦେଇ
ସୁରେନ୍ଦ୍ର କୁମାର ବେହେରା
ମୋଆଖିରେ ଏତେ ଲୁହ ଦେଇ ଗଲୁ
କେଉଁ ଦୋଷ ମୋର ଦେଖି
ତୋ ମନରେ ଏତେ ଛଳନା ଭରିଛି
ଜାଣି ନଥିଲି ଲୋ ସଖୀ ।1।
ଅମଡା ବାଟରେ ତୋପାଇଁ ଚାଲିଲି
ହେଲି ଗୋଟେ ଯାଯାବର
ଆପଣାର ଭାବି କଥା ଦେଇଥିଲୁ
ହେଇଗଲୁ ସ୍ୱାର୍ଥପର ।2।
ଆଉକା ସିନ୍ଦୂର ପିନ୍ଧିବାର ଥିଲା
କାହିଁ ଭଲ ପାଉଥିଲୁ
ତୋବିନା କେମିତି ବଞ୍ଚିବି ଜୀବନେ
ଅଧା ବାଟେ ଛାଡ଼ିଗଲୁ ।3।
ପ୍ରେମ ନୁହେଁ ଗୋଟେ ଖେଳଘର ପ୍ରିୟା
ଭାଙ୍ଗିଦେଲୁ ଇଛା କରି
ମୋଆଗରେ ପୁଣି ଚାଲୁଥିବୁ ସଖୀ
ଆଉକାର ହାତ ଧରି ।4।
ତୋପ୍ରେମକୁ ଝୁରି ବାକି ଜୀବନକୁ
ଜାଳି ପୋଡି ପଛେ ଦେବି
ଆଉ କିଏ ଆସି ତୋ ଜାଗାକୁ ନେବ
ତାକୁ ବଧୂ ସଜାଇବି ।5।
ମୋଭଲ ପାଇବା ନିଷ୍ପାପ ତୋପାଇଁ
ସ୍ୱର୍ଗ ପାରିଜାତ ପରି
ଆଉକା ସିନ୍ଦୂର ପିନ୍ଧିଲା ବେଳକୁ
ତୋହାତ ଉଠୁନି ଥରି ।6।
ମୋଶେଷ ଠିକଣା ମଶାଣୀର ଜୁଇ
ଆସିବୁ ଖବର ପାଇ
ଜୁଇ ପାଉଁଶରୁ ନେଇଯିବୁ ଟିକେ
ମନେ ପକେଇବା ପାଇଁ ।7।
ସୁରେନ୍ଦ୍ର କୁମାର ବେହେରା
ଜିତିପୁର ,ହରିପୁର ହାଟ ,ଯାଜପୁର