Uncategorizedପଞ୍ଚାୟତ ନିର୍ବାଚନ ସଂରକ୍ଷଣରେ ଉପେକ୍ଷା ପ୍ରତିବାଦ, ରାଜରାସ୍ତାରେ ଗର୍ଜିଲେ ଆଦିବାସୀ by masihaJanuary 5, 20220127 Share0 ଆଦିବାସୀ ଙ୍କ ମେଳି ଓ ପ୍ରତିବାଦ କୋକସରା, –ତ୍ରିସ୍ତରୀ ପଞ୍ଚାୟତ ନିର୍ବାଚନ ରେ ଆସନ ସଂରକ୍ଷଣ ବ୍ୟବସ୍ଥା ରେ ଆଦିବାସୀଙ୍କୁ ଉପେକ୍ଷା ପ୍ରତିବାଦ ରେ ଆଜି ରାଜ୍ୟରେ ଆଦିବାସୀ ସଂଘର ଡାକରା ରେ ବନ୍ଦ ପାଳନ କରାଯାଇଛି । କଳାହାଣ୍ଡି ଜିଲ୍ଲାରେ ଆଦିବାସୀ ସଂଘ ପକ୍ଷରୁ ବିଭିନ୍ନ ବ୍ଲକରେ ବନ୍ଦ ପାଳନ ହୋଇଥିବା ବେଳେ କୋକସରା ଠାରେ ମଧ୍ୟ ବନ୍ଦ ପାଳନ କରି ସରକାର ଙ୍କୁ କଡା ଚେତାବନୀ ଦେଲେ ଆଦିବାସୀ ସଙ୍ଗର କର୍ମକର୍ତ୍ତା । ସୂଚନା ମତେ କଳାହାଣ୍ଡି ଏକ ଆଦିବାସୀ ବହୁଳ ଜିଲ୍ଲା ହୋଇଥିବା ବେଳେ ଆଦିବାସୀଙ୍କ ସ୍ୱାର୍ଥ କୁ ଉପେକ୍ଷା କରି ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ସରପଞ୍ଚ, ସମିତି ସଦସ୍ୟ, ବ୍ଲକ ଅଧ୍ୟକ୍ଷ ପଦବୀ ପାଇଁ ଆଦିବାସୀ ଙ୍କ ପାଇଁ ଆସନ ସଂରକ୍ଷଣ ବ୍ୟବସ୍ଥା ରେ ଅଦାଲତି ନିର୍ଦ୍ଦେଶନାମା ପରେ ସଂରକ୍ଷଣ ରେ ଆଦିବାସୀ ମାନଙ୍କୁ ଉପେକ୍ଷା କରାଯାଇଥିବାରୁ ଏହାକୁ ତୀବ୍ର ବିରୋଧ କରି ଆଜି କଳାହାଣ୍ଡି ବନ୍ଦ ଡାକରା ଦେଇଛି କଳାହାଣ୍ଡି ଜିଲ୍ଲା ଆଦିବାସୀ ସଂଘ । ସକାଳ ୭ ଟାରୁ ୨ଘଣ୍ଟା ପର୍ଯ୍ୟନ୍ତ କୋକସରା ଠାରେ ଜାତୀୟ ରାଜପଥ ୨୬ ଅବରୋଧ କରିବା ସହ ପାରମ୍ପାରିକ ଅସ୍ତ୍ରଶସ୍ତ୍ର ରେ ସଜ୍ଜିତ ହୋଇ ଆଦିବାସୀ ସମୁହ ମେଳି କରି ସରକାରୀ, ବେସରକାରୀ କାର୍ଯ୍ୟାଳୟ, ଦୋକାନ, ବଜାର, ଗାଡି ଚଳାଚଳ ବନ୍ଦ କରିଛନ୍ତି । କୋକସରା ବ୍ଲକ ଆଦିବାସୀ ସଂଘ ପକ୍ଷରୁ କୋକସରା ବସଷ୍ଟାଣ୍ଡ ରେ ଆଦିବାସୀ ସଂଘ ସଭାପତି ହେମନ୍ତ ମାଝୀ ଙ୍କ ନେତୃତ୍ୱରେ ରାସ୍ତା ଅବରୋଧ କରା ଯାଇଥଲା ଫଳରେ ଭବାନୀପାଟଣା ଓ ଜୟପୁର ମଧ୍ୟରେ ଦୀର୍ଘ ୭ ଘଣ୍ଟା ଧରି ଯାତାୟତ ଠପ୍ ହୋଇଥିଲା । ଏହି ପ୍ରତିବାଦରେ ଆଦିବାସୀ ସଂଘ ର ସମ୍ପାଦକ ତ୍ରିନାଥ ଶବର, ଜିଲ୍ଲା ଆଦିବାସୀ ସଂଘ ସାଧାରଣ ସମ୍ପାଦକ ଋତୁରାଜ ମାଝୀ, ଜିଲ୍ଲା ଉପ ସଭାପତି ନୀଳକଣ୍ଠ ମାଝୀ, ବୈଦ୍ୟନାଥ ମାଝୀ, ଦେବରାଜ ଦଳପତି, କିଶୋର ଚନ୍ଦ୍ର ନାଏକ, ରାଜେନ୍ଦ୍ର ନାଏକ, ଜିତେନ୍ଦ୍ର ମାଝୀ, ଦୁର୍ଗା ପ୍ରସାଦ ନାଏକ, ମହେନ୍ଦ୍ର ଧରୁଆ, ଗରୁଡ଼ଧ୍ୱଜ ମାଝୀ, କମଳ ଲୋଚନ ଦଳପତି, ଧର୍ମାନନ୍ଦ ଶବର, ଜୟଲାଲ ନାଏକ, ବ୍ଲକ ସମ୍ପାଦକ କ୍ଷୀରସିନ୍ଧୁ ମାଝୀ, କ୍ଷୀରସିନ୍ଧୁ ନେଗି, ମନୋଜ ନାଏକ, ଶ୍ରୀକାନ୍ତ ଶବର, ଜଗବନ୍ଧୁ ପୁଝାରି ପ୍ରମୁଖ ଆଦିବାସୀ କର୍ମକର୍ତ୍ତା ଏହି ପ୍ରତିବାଦ ରେ ସାମିଳ ରହି ଆଦିବାସୀ ଙ୍କ ହକ ଦାବି କରିଛନ୍ତି । ଯଦି ସରକାର ସଂରକ୍ଷଣ ଉପରେ ପୁନ୍ନଃବିଚାର ନ କରନ୍ତି ତାହେଲେ ଆଗକୁ ଆନ୍ଦୋଳନ ବ୍ୟାପକ କରିବା ସହ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ କଡା ଜବାବ ଦିଆଯିବ ବୋଳି ସଙ୍ଘ ଚେତାବନୀ ଦେଇଛି । ଆଦିବାସୀ ଙ୍କ ଏହି ପ୍ରତିବାଦ କୁ ସମର୍ଥନ କରି ସଚେତନ ନାଗରିକ କେଶବ ଚନ୍ଦ୍ର ନାଏକ, ଚାଷୀନେତା ଶିବ ପ୍ରସାଦ ପ୍ରଧାନୀ ମଧ୍ୟ ବନ୍ଦ ପାଳନରେ ସାମିଳ ହୋଇଥିଲେ ।