Uncategorizedତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଆଦିବାସୀ ସ୍ଥାନ ସଂରକ୍ଷଣ by masihaJanuary 6, 20220137 Share0 ବାଦପଡିଥିବା ପ୍ରତିବାଦରେରାଜରାସ୍ତାକୁ ଓଲ୍ଲାଇଲେ ଆଦିବାସୀ ସଂଘ ଥୁଆମୂଳ ରାମପୁର :- ଆଦିବାସୀ ଆସନ ସଂରକ୍ଷଣରୁ ବାଦପଡିବା ପ୍ରତିବାଦରେ ଓଡିଶା ଆଦିବାସୀ ମହାସଂଘ ଆହ୍ବାନକ୍ରମେ ବୁଧବାର କଲମପୁର ଆଦିବାସୀ ସଂଘ ତରଫରୁ ବନ୍ଦ ଡାକରା ଡାକରା ଦିଆଯାଇଥିଲା । ଏହି କାର୍ଯ୍ଯକ୍ରମରେ କଲମପୁର ବ୍ଲକ ଆଦିବାସୀ ସଂଘ ନେତୃତ୍ବରେ ଶତାଧିକ ଆଦିବାସୀ ସାମିଲ ହୋଇଥିଲେ। ସକାଳ ୭ ଘଣ୍ଟାରୁ ସମସ୍ତ ଦୋକାନ ବଜାର ବନ୍ଦ କରିବାସହ ସରକାରୀ, ବେସରକାରୀ କାର୍ଯ୍ୟାଳୟ ସମେତ୍ ଗାଡି ଚଳାଚଳ ବନ୍ଦ ରଖାଯାଇ ସରକାରଙ୍କୁ କଡାକଢି ଭାବରେ ଚେତାବନୀ ଦେଇଥିଲେ। କଳାହାଣ୍ଡି ଜିଲ୍ଲା ଏକ ଆଦିବାସୀ ବହୁଳ ହୋଇଥିବାବେଳେ ଆଦିବାସୀଙ୍କ ସ୍ୱାର୍ଥକୁ ଉପେକ୍ଷା କରି ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ, ସମିତି, ବ୍ଲକ ଅଧ୍ୟକ୍ଷ ପଦବୀ ପାଇଁ ଆଦିବାସୀଙ୍କ ଆସନ ସଂରକ୍ଷଣ ବ୍ୟବସ୍ଥା ରେ ଅଦାଲତ ନିର୍ଦ୍ଦେଶନାମା ଜାରିକରିଥିବା ପରେ ମଧ୍ୟ ସଂରକ୍ଷଣରେ ଆଦିବାସୀ ମାନଙ୍କୁ ଉପେକ୍ଷା କରାଯାଇଛି ଏହା ଉପରେ ତୀବ୍ର ବିରୋଧ କରାଯାଇଛି । ଏହି ପ୍ରତିବାଦରେ କଲମପୁର ବ୍ଲକ ଆଦିବାସୀ ସଂଘ ସଭାପତି କରଣ ଝାଙ୍କର , ଉପସଭାପତି ସୁଶାନ୍ତ ମାଝୀ , ସମ୍ପାଦକ ଚାଣ୍ଡାଲ ଭୋଇ , ଦୁଃଖିରାମ ମାଝୀ , ଶ୍ରୀଧର ମାଝୀ , ଟିକଚନ ମାଝୀ , ନରସିଂଙ୍ଗ ମାଝୀ , ନକୁଳମାଝୀ , ବ୍ରଜ ଶବର , ସୁବାଷ ମାଝୀ , ଚାଣ୍ଡାଲ ମାଝୀ ସମେତ୍ କଲମପୁର ବ୍ଲକ ଅଞ୍ଚଳର ଅନେକ ଆଦିବାସୀ ଜନସାଧାରଣ ପ୍ରମୁଖ ଉପସ୍ଥିତ ରହି ବନ୍ଦ ପାଳନରେ ସାମିଲ ସଫଳ କରିଥିବା ଜଣାପଡିଛି। ( ଥୁଆମୂଳ ରାମପୁରରୁ ବଳଭଦ୍ର ବାଗଙ୍କ ରିପୋର୍ଟ – ମସୀହା