ଥୁଆମୂଳ ରାମପୁର :-ବଳଭଦ୍ର ବାଗଙ୍କ ରିପୋର୍ଟ (ମସୀହା) କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ସ୍ଥିତ ମାଁ ଲଙ୍କେଶ୍ୱରୀ ମନ୍ଦିର ସାମ୍ନାରେ ଲୋକେ ନିତ୍ୟ ବ୍ୟବହାର କରୁଥିବା ପାଣି ଆସି ଲଙ୍କେଶ୍ବରୀ ମନ୍ଦିର ରାସ୍ତାରେ କୁତ୍ରିମ ବନ୍ୟା ସୃଷ୍ଟି ହେବାରେ ଲାଗିଛି।ଡ୍ରେନଟିକୁ ବାନ୍ଧି ଦେଇଥିବାରୁ ଏପରି ହେଉଛି ବୋଲି ଲୋକେ ପ୍ରକାଶ କରିଛନ୍ତି। ଏହା ଏକ ମୁଖ୍ୟ ରାସ୍ତା ହୋଇଥିବାରୁ ନିତିପ୍ରତି ଦିନ ଏହି ରାସ୍ତା ଦେଇ ସ୍କୁଲ, କଲେଜ ଛାତ୍ରଛାତ୍ରୀ ତଥା ସହ ସହ ଜନସାଧାରଣ ଗମନା ଗମନ କରୁଛନ୍ତି। ରାସ୍ତାରେ ପାଣି ଜମିଯିବାରୁ ଯାତାୟତରେ ଘୋର ଅସୁବିଧା ହେଉଅଛି ଏଠାରେ ଆକସ୍ମିକ ଦୁର୍ଘଟଣା ଘଟିବାର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ। ଏନେଇ ଜନସାଧାରଣ ବାରମ୍ବାର ସ୍ଥାନୀୟ ପ୍ରଶାସନକୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପ୍ରଶାସନ କର୍ଣ୍ଣପାତ କରୁନଥିବା ବିଷୟ ସ୍ଥାନୀୟ ଜନସାଧାରଣ ପ୍ରକାଶ କରିଛନ୍ତି। ତେବେ ସ୍ଥାନୀୟ ପ୍ରଶାସନ ଜରୁରୀକାଳୀନ ଏହି ସ୍ଥାନରେ ଯଥାଶୀଘ୍ର ଡ୍ରେନର ସୁବ୍ଯବସ୍ତା ଶିଘ୍ର କରିବା ପାଇଁ ଦାବୀ କରିଛନ୍ତି ।ବଳଭଦ୍ର ବାଗଙ୍କ ରିପୋର୍ଟ (ମସୀହା)
previous post
next post