ଢେଙ୍କାନାଳ : ନିଖିଳ ଭାରତ ସ୍ଵାୟତ୍ତ ଶାସନ ଦିବସ ଉପଲକ୍ଷେ ଆଜି ବର ପୁତ୍ର ମାନଙ୍କୁ ମାଲ୍ୟାପର୍ଣ କରାଯାଇଥିଲା । ପ୍ରଥମେ ବସ୍ଷ୍ଟାଣ୍ଡ ନିକଟରେ ଥିବା ମହାତ୍ମା ଗାନ୍ଧୀ ଙ୍କୁ ତାପରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ତଃ ବି. ଆର. ଆମ୍ବେଦକର, କଚେରୀ ପାଖରେ ଥିବା ଉତ୍କଳ ମଣି ଗୋପବନ୍ଧୁ ଦାସ , ବସ୍ଷ୍ଟାଣ୍ଡ ପାଖରେ ଥିବା ସହିଦ ସ୍ମୃତି ସ୍ତମ୍ଭ ,ବାଜି ଚୌକ ସ୍ଥିତ ସହିଦ ବାଜି ରାଉତ ଙ୍କ ସ୍ମତି ପୀଠ, ସୁପର ମାର୍କେଟ ସ୍ଥିତ ଇନ୍ଦିରା ଗାନ୍ଧିଙ୍କ ପ୍ରତିମୂର୍ତ୍ତୀ, ଗୋପବନ୍ଧୁ ଟାଉନ ହଲ ସ୍ଥିତ ଗୋପବନ୍ଧୁ ଦାସ, ରଥଗଡ଼ା ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ,ବଳରାମ ମନ୍ଦିର ସ୍ଥିତ ସାରଙ୍ଗଧର ଙ୍କ ମୂର୍ତ୍ତି, ମହିଳା ମହାବିଦ୍ୟାଳୟ ଆଗରେ ଥିବା ନେତାଜି ସୁବାସ ଚନ୍ଦ୍ର ବୋଷ ଙ୍କ ପ୍ରତିମୂର୍ତ୍ତି, ପୌରପାଳିକାର ପାର୍କ ରେ ଥିବା ବ୍ରଜନାଥ ବଡଜେନା ଙ୍କ ପ୍ରତିମୂର୍ତ୍ତି ର ପୁଷ୍ପ ମାଳ ଅର୍ପଣ କରିଥିଲେ ଓ ପରିଶେଷର ମିନି ଷ୍ଟାଡିୟମ ସ୍ଥିତ ତ୍ରରଙ୍ଗା ପତାକା ପାଖରେ ପୁଷ୍ପ ଅର୍ପଣ କରିଥିଲେ । ଏହି କାର୍ଯ୍ୟ କ୍ରମରେ ପୌରଅଧକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର,ଉପାଧକ୍ଷ ଶ୍ରୀ ପ୍ରକାଶ ଚନ୍ଦ୍ର କୁଆଁର, ପୌର ନିର୍ବାହୀ ଅଧିକାରୀ ଅତୁନ କୁମାର ସାମନ୍ତ ଓ ନବ ନିର୍ବାଚିତ କାଉନସିଲର ମାନେ ଉପସ୍ଥିତି ଥିଲେ ।ପୌରଯନ୍ତ୍ରୀ ଶ୍ରୀମତି ରଶ୍ଚିତ ମିଶ୍ର ଓ ସମସ୍ତ ପୌର କର୍ମଚାରି ଉପସ୍ଥିତି ଥିଲେ । ।
ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ