ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନୂତନ ଭୋଟର ସଂଶୋଧନ ତାଲିକା ପ୍ରକାଶ

ନବରଙ୍ଗପୁର , ନବରଙ୍ଗପୁର ଜିଲ୍ଲାପାଳ କାର୍ଯ୍ୟାଳୟ ସ୍ଥିତ ଅଶୋକ ମେହଟା ସଭା ଗୃହ ଠାରେ ଆଜି ଜିଲ୍ଲାପାଳ ଡ଼ଃ କମଳ ଲୋଚନ ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ ଓ ଉପଜିଲ୍ଲାପାଳ ସୁନୀଲ କାର୍ତ୍ତିକ ଅଗ୍ରୱାଲ ଉପସ୍ଥିତିରେ ନୂତନ ଭୋଟର ସଂଶୋଧନ ତାଲିକା ପ୍ରକାଶିତ କରାଯାଇଛି l ନିର୍ବାଚନ କମିଶନ ନିର୍ଦ୍ଧେଶ ଓ ନିୟମ କୁ ଭିତ୍ତି କରି ଭୋଟର ତାଲିକା ପ୍ରସ୍ତୁତ କରାଯାଇଛି l ଏହି ତାଲିକା ଅନୁସାରେ ଜିଲ୍ଲାରେ ମୋଟ 852996 ଜଣ ଭୋଟର ଅଛନ୍ତି l ଗତ ବର୍ଷ ଡିସେମ୍ବର 2021 ରେ ପ୍ରକାଶିତ ଭୋଟର ତାଲିକାରେ ଜିଲ୍ଲାରେ 833248 ଜଣ ଥିବା ବେଳେ ବର୍ତ୍ତମାନ ନୂତନ ଭାବେ 19748 ଜଣଙ୍କ ନାମ ଭୋଟର ତାଲିକାରେ ସାମିଲ କରାଯାଇଛି l ଏହି ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଅନଲାଇନ କରାଯାଇଛି l ତ୍ରୁଟି ଓ ବିଚ୍ୟୁତ ଏଡ଼ାଇବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା ସହ ଅଫଲାଇନ ଆସିଥିବା ଆବେଦନ ଗୁଡିକୁ ମଧ୍ୟ ଅନଲାଇନରେ ପରିବର୍ତ୍ତନ କରାଯାଇଥିବା ଜିଲ୍ଲାପାଳ ଶ୍ରୀ ମିଶ୍ର କହିଥିଲେ l ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରାଜନୈତିକ ଦଳର ପ୍ରତିନିଧି ମାନଙ୍କୁ ଜିଲ୍ଲାପାଳ ଭୋଟର ତାଲିକା ହସ୍ତାନ୍ତର କରିଥିଲେ l ଜିଲ୍ଲାର ଉମରକୋଟ ନିର୍ବାଚନ ମଣ୍ଡଳୀ 193192 ଜଣ ଭୋଟର ଥିବାବେଳେ ନୂତନ ଭାବେ 4488 ଜଣ ଭୋଟର ସାମିଲ ହୋଇଛନ୍ତି l ସେହିପରି ଝରିଗାଁ ନିର୍ବାଚନ ମଣ୍ଡଳୀ ରେ 211521 ଜଣ ଭୋଟରଙ୍କ ନାମ ଥିବା ବେଳେ ନୂତନ ଭାବେ 4412 ଜଣ ଭୋଟର ସାମିଲ ହୋଇଛି l ନବରଙ୍ଗପୁର ନିର୍ବାଚନ ମଣ୍ଡଳୀ ରେ 229667 ଜଣ ଭୋଟରଙ୍କ ନାମ ତାଲିକାରେ ଥିବା ବେଳେ ନୂତନ ଭାବେ 5616 ଜଣ ଭୋଟରଙ୍କ ନାମ ସାମିଲ ହୋଇଥିବା ନେଇ ଉପ ଜିଲ୍ଲାପାଳ ସୁନୀଲ କାର୍ତ୍ତିକ ଅଗ୍ରୱାଲ ସୂଚନା ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଉପ ନିର୍ବାଚନ ଅଧିକାରୀ ଚଇନୁ ଗଣ୍ଡ ସମେତ ରାଜନୈତିକ ଦଳର ପ୍ରତିନିଧି ପ୍ରଦୀପ ସାହୁ, ପ୍ରମୋଦ ରଥ ଓ ସତ୍ୟବାଦୀ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ l

ଜିଲ୍ଲାରେ 19748 ଜଣ ନୂତନ ଭୋଟର ତାଲିକାରେ ସାମିଲ ହୋଇଥିବା ଭୋଟର ମାନେ ଆସନ୍ତା 2024 ମସିହାରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ସେମାନେ ନିଜ ନିଜର ଭୋଟ ଦେଇପାରିବେ l ମଧୁସୂଦନ ସାହୁ ନବରଙ୍ଗପୁର

Related posts

ଶ୍ରୀ ଭ୍ରମର ବାଗ ଙ୍କ କବିତା ଦୁର୍ଗା

Sunil Chandra Nayak

ରଶ୍ମି ରଞ୍ଜିତା ମିଶ୍ର(ରୋଜି) ଙ୍କ ଗଳ୍ପ ଅଭୟ ବର

Sunil Chandra Nayak

ନବ କୁମାର ଦାସ ଙ୍କ କବିତା ପ୍ରୀତି ଦରଜ 

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort