କର୍ଲାମୁଣ୍ଡା: ଏହି ବ୍ଲକ ଅନ୍ତର୍ଗତ ବିନ୍ଧାଣୀ ଗ୍ରାମରେ ପାଳିତ ହେଉ ଥିବା ଶ୍ରୀରାମ ନବମୀ ଉତ୍ସବର ପଞ୍ଚମ ସଂକଳ୍ପ (୭୦ବର୍ଷ) ପୂର୍ଣ୍ଣାହୂତି ଉପଲକ୍ଷେ ବିଶ୍ଵଶାନ୍ତି ଷୋହଳ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହେଉଅଛି l ନାମଯଜ୍ଞରେ ଗ୍ରାମର ସୂର୍ଯ୍ୟମଣୀ ଭୋଇ ଓ ତାଙ୍କ ଧର୍ମପତ୍ନୀ ଯଜ୍ଞକର୍ତ୍ତା ରହିଥିବା ବେଳେ ପୂଜକ ବିକ୍ରମ ଦାସ ପୂଜା ଦାୟିତ୍ଵରେ ରହିଛନ୍ତି l ଏହି ନାମଯଜ୍ଞରେ ଆଖପାଖ ଅଞ୍ଚଳରୁ ୧୬ଟି ସଂକିତ୍ତନ୍ୟ ଦଳ ଅଂଶ ଗ୍ରହଣ କରିଥିବା ବେଳେ ଭକ୍ତ ମାନଙ୍କର ଭିଡ଼ ଦେଖିବାକୁ ମିଳୁଛି l ଶ୍ରୀରାମଜୀ ସଂଘର ସଭାପତି ରାଜେନ୍ଦ୍ର ସାହୁ, ସମ୍ପାଦକ ଚରଣ ବାଗ ଓ ଗ୍ରାମବାସୀ ବୃନ୍ଦ ବିଭିନ୍ନ କାର୍ଯ୍ୟରେ ସହଯୋଗ କରୁଛନ୍ତି l(କର୍ଲାମୁଣ୍ଡାରୁ ସୁଶାନ୍ତ ରଣା ରିପୋର୍ଟ, ମସୀହା)
previous post
next post