ନର୍ଲା (ନିପ୍ର) ଜିଲ୍ଲା ସ୍ତରୀୟ ବୈଦ୍ୟ ସଂଯୋଜନା କମିଟି କଳାହାଣ୍ଡି ତରଫରୁ ବଜ୍ରଗଡ ଜଙ୍ଗଲରେ ବନୈ।ଷଧି ଅନ୍ୱେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ପଲମ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ଆୟୁଷ ଚିକିତ୍ସା ଅଧିକାରୀ ଡାକ୍ତର ରାଜେଶ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କମିଟିର ସଭାପତି ବୈଦ୍ୟ ଜଗବନ୍ଧୁ ମୁନି, ସମ୍ପାଦକ ଅଜିତ କୁମାର ସାହୁ, କୋଷାଧ୍ୟକ୍ଷ ତ୍ରୈଲୋକ୍ୟ ପଧାନ,ଏମଭିଏସ କଳାହାଣ୍ଡିର ସଭାପତି ଦ୍ବାରିକା ରଣା, ନରେଶ କୁମାର ସାହୁ ଆଦି ବନୈ।ଷଧି ଅନ୍ୱେଷଣ ସମୟରେ ମଦନ ଫଳ, ବାଦିଚାଙ୍ଗ, ଶିରୀଷ, ସମରଶିଙ୍ଗା, ବଣ ଭାଳିଆ,ରାସ୍ନା ପ୍ରମୁଖ ୫୦ରୁ ଉର୍ଦ୍ଧ୍ବ ବିରଳ ପ୍ରଜାତିର ବନସ୍ପତି ଚିହ୍ନଟ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବୈଦ୍ୟ ସରୋଜକାନ୍ତ ପଧାନ, ମୋହନ ନାଏକ, ଜୟଚନ୍ଦ୍ର ଭୋଇ,ପ୍ରେମଲାଲ ଭୋଇ, ଜୟବୀର ବଗର୍ତ୍ତି ସହ ଅନେକ ବୈଦ୍ୟ ଉପସ୍ଥିତ ଥିଲେ।ଅମାଠର ପ୍ରାଚୀନ ଶୈବପୀଠରେ ବୈଦ୍ୟମାନଙ୍କ ଏକ ସାଧାରଣ ସଭାର ଆୟୋଜନ ମଧ୍ୟ କରାଯାଇ କମିଟିର ଆଗାମୀ ଯୋଜନା ସମ୍ବନ୍ଧରେ ମଧ୍ୟ ଆଲୋଚନା କରାଯାଇଥିଲା। ଶେଷରେ କବିରାଜ ତ୍ରୈଲୋକ୍ୟ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ।
ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି