Uncategorizedସୁରେନ୍ଦ୍ର କୁମାର ବେହେରା ଙ୍କ କବିତା ଆହେ ଗଜାନନ ଗଉରୀ ନନ୍ଦନ by Sunil Chandra NayakSeptember 2, 2022070 Share0 ଆହେ ଗଜାନନ ଗଉରୀ ନନ୍ଦନ ସୁରେନ୍ଦ୍ର କୁମାର ବେହେରା ଆହେ ଗଜାନନ ଗଉରୀ ନନ୍ଦନ ହେ ବିଘ୍ନେଶ ବିଘ୍ନେଶ୍ବର ମାତା ପାରବତୀ ପିତା ଦେବ ଦେବ ବାବା ଭୋଳା ମହେଶ୍ୱର ।0। ତୁମେ ବିଦ୍ୟାଦାତା ତୁମେ ବୁଦ୍ଧିଦାତା ତୁମେ ପୁଣି ସିଦ୍ଧି ଦାତା ଅଯୋନି ଶମ୍ଭୁତା ହେ ମଙ୍ଗଳ ଦାତା ଜ୍ଞାନେ ଜଗତ ବିଜେତା ସର୍ବ ଦେବାଦେବୀ ଆଗରେ ଆସନ ନାଶ ଅଜ୍ଞାନ ଅନ୍ଧାର ଆହେ ଗଜାନନ ଗଉରୀ ନନ୍ଦନ ହେ ବିଘ୍ନେଶ ବିଘ୍ନେଶ୍ବର ।1। ଲଡୁ ମୋଦକରେ ତୁମରି ଶରଧା ଘେନାକର ଗଜାନନ ନିଜ ବୁଦ୍ଧିବଳେ ପିତା ପାଶେ ବୁଲି କଲ ଜଗତ ଭ୍ରମଣ ତୁମ ପାଦ ପଦ୍ମେ ଶରଣ ପଶିଲି ଦୟା ମୟ ଦୟାକର । ଆହେ ଗଜାନନ ଗଉରୀ ନନ୍ଦନ ହେ ବିଘ୍ନେଶ ବିଘ୍ନେଶ୍ବର ।2। ସୁରେନ୍ଦ୍ର କୁମାର ବେହେରା ଜିତିପୁର ,ହରିପୁର ହାଟ ,ଯାଜପୁର