ନବରଙ୍ଗପୁର,୩/୯(ମନିସ) ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ୍ ସେମେଳା ସଦର ଗ୍ରାମପଞ୍ଚାୟତ ଖ୍ରୀଷ୍ଟିଆନ୍ ସାହିର କୁରୁଣାମୟୀ ବାଘ ଙ୍କ୧୦ମାସର ଶିଶୁ ପୁତ୍ର ରକ୍ତ ଓ କର୍କଟ ରୋଗରେ ଆକ୍ରାନ୍ତ ହୋଇ ପ୍ରଥମେ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପରେ, ନବରଙ୍ଗପୁର ଖ୍ରୀଷ୍ଟିଆନ୍ ହସ୍ପିଟାଲ ରେ ଚିକିତ୍ସା କରିଥିଲେ।ଏହାର ଅଧିକ ଚିକିତ୍ସା ଆବଶ୍ୟକ ହେତୁ ଡକ୍ଟର ତାଙ୍କୁ ଭେଲୋର ଚିକିତ୍ସା ପାଇଁ ରେଫର୍ କରିଛନ୍ତି। କରୁଣାମୟୀ ପରିବାର ଅତି ଗରୀବ ଶ୍ରେଣୀ ର ହୋଇଥିବାରୁ ରୋଗର ଚିକିତ୍ସା କେମିତି କରିବେ, ଯାହା ଜମି ବାଡ଼ି ଠାରୁ ଆରମ୍ଭ କରି ଏକମାତ୍ର ଦୁଇ ଚକିୟା ମୋଟର ସାଇକେଲ ଥିଲା ତାହା ମଧ୍ୟ ବିକ୍ରୀ କରି ସାରିଲେଣି। ରାଜ୍ୟ ସରକାର ଙ୍କ ଠାରୁ ପାଇଥିବା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସାଢେ଼ ୪ଲକ୍ଷ ଟଙ୍କା ଖର୍ଚ୍ଚ କରି ସାରିଲେଣି।ବର୍ତ୍ତମାନ ଚିକିତ୍ସା ପାଇଁ ଆଉ ୮ରୁ ୧୦ ଲକ୍ଷ ଟଙ୍କା ଆବଶ୍ୟକ ପଡୁଛି। ପୁଅ ର ଚିକିତ୍ସା ପାଇଁ କୌଣସି ବ୍ୟକ୍ତି ଜନପ୍ରତିନିଧି କିମ୍ବା ସ୍ବେଛାସେବୀ ସଂସ୍ଥା ସାହାଯ୍ୟର ହାତ୍ ବଢାଇ ଚିକିତ୍ସା ପାଇଁ ସହାୟତା କରିବାକୁ ଶିଶୁ ର ପିତା ଓ ମାତା ନିବେଦନ କରିଛନ୍ତି।
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ସହ ପାପଡାହାଣ୍ଡି ରୁ ସ୍ଵପ୍ନଜିତ୍ ଙ୍କ ରିପୋର୍ଟ୍ ମସୀହା ନିୟୁଜ୍।